Home General ଫନି କ୍ଷତିଗ୍ରସ୍ତଙ୍କୁ ଘର ପାଇଁ ତଦନ୍ତ ଚାଲିଛି

ଫନି କ୍ଷତିଗ୍ରସ୍ତଙ୍କୁ ଘର ପାଇଁ ତଦନ୍ତ ଚାଲିଛି

ଭୁବନେଶ୍ୱର : ପୁରୀ ଜିଲ୍ଲାରେ ଫନିରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଦେବାପାଇଁ ଚିହ୍ନଟ ହୋଇଥିବାବେଳେ ଏବେ କ୍ଷେତ୍ର ସ୍ତରରେ ପୁନଃ ତଦନ୍ତ କରାଯାଉଛି ।

ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ବିଜେପି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ପୁରୀ ଜିଲ୍ଲାରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ତଥା ମାଟି ଘରେ ବସବାସ କରୁଥିବା ୧,୩୦,୫୮୭ ଜଣଙ୍କୁ ପକ୍କା ଘର ଯୋଗାଇବାପାଇଁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୮୬,୧୭୫ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପରିଚାଳିତ ଆବାସ ପ୍ଲସ ଓ ୪୪,୪୧୨ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପରିଚାଳିତ ଆରଏଚ୍‍ ପୋର୍ଟାଲ ଜରିଆରେ ଚିହ୍ନଟ କରାଯାଇଛି ।

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାପାଇଁ ଚିହ୍ନଟ ହୋଇଥିବା ୮୬,୧୭୫ ପରିବାରଙ୍କ ତାଲିକା ଆବାସ ସଫ୍ଟ ରେ ପ୍ରଦର୍ଶିତ ହେବାର ଆବଶ୍ୟକତା ଥିବାବେଳେ ଏଥିରେ କବେଳ ୨୦୨ ପରିବାର ପ୍ରଦର୍ଶିତ ହେଉଛନ୍ତି । ଅବଶିଷ୍ଟ ପରିବାରଙ୍କ ନାମ ପ୍ରଦର୍ଶିର୍ତ ଲାଗି କେନ୍ଦ୍ର ସରକାରଙ୍କୁ ଗତ ଅଗଷ୍ଟ ୪ତାରିଖରେ ଅନୁରୋଧ କରାଯାଇଛି । ଆରଏଚ୍‍ ପୋର୍ଟାଲରେ ଚିହ୍ନିତ ପରିବାରଙ୍କୁ ଆବାସ ପ୍ଲସ ତାଲିକାରେ ଅର୍ନ୍ତଭୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ପୁରୀ ଜିଲ୍ଲାରେ ୪୦,୧୫୮ ପରିବାରଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ମଞ୍ଜୁର ହୋଇଥିବାବେଳେ ୩୫,୭୧୯ ଟି ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଓ ୪୪୬୦ଟି ପରିବାରକୁ ବିଜୁ ପକ୍କାଘର ଯୋଜନାରେ ଘର ମଞ୍ଜୁର ହୋଇଥିବାବେଳେ ସେଥିରୁ ୪୦୬୯ ଟିର କାର୍ଯ୍ୟ ସରିଛି । ପ୍ରଧାମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲାରେ ୪୫୦କୋଟି ୨୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଯେଉଁଥିରେ କେନ୍ଦ୍ର ସରକାରଙ୍କର ୬୦ ପ୍ରତିଶତ ଅଂଶଧନ ଥିବାବେଳେ ରାଜ୍ୟର ୪୦ ପ୍ରତିଶତ ରହିଛି । (ତଥ୍ୟ