Home Administration ପ୍ରଶିକ୍ଷଣ କ୍ଷମତା ବୃଦ୍ଧି ପାଇଁ ରାଜିନାମା

ପ୍ରଶିକ୍ଷଣ କ୍ଷମତା ବୃଦ୍ଧି ପାଇଁ ରାଜିନାମା

ଭୁବନେଶ୍ୱର : ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ (ଆଇଆଇପିଏ), ନୂଆଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କ ଗୋପବନ୍ଧୁପ୍ରଶାସନିକ ଏକାଡେମୀ  (ଜିଏଏ) ମଧ୍ୟରେ ଏକ ବୁଝାମଣାପତ୍ର ଶୁକ୍ରବାର ସ୍ୱାକ୍ଷରିତ ହୋଇଯାଇଛି

ଏହି ଦୁଇ ଅନୁଷ୍ଠାନ ମଧ୍ୟରେ ଏକ ସହଯୋଗୀ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ଜିଏଏର ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଶର୍ମା  ଆଇଆଇପିଏର ମହାନିର୍ଦ୍ଦେଶକ ଶ୍ରୀସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିଥିଲେ ।  ଫଳ ସ୍ୱରୂପ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।  ଶ୍ରୀ ଶର୍ମା ଏବଂ ଶ୍ରୀ ତ୍ରିପାଠୀଙ୍କ ମିଳିତ ଦୂରଦୃଷ୍ଟି ଏବଂ ନିରନ୍ତର ପ୍ରୟାସ ଉଭୟ ଅନୁଷ୍ଠାନର ଶିକ୍ଷାଦାନ ଏବଂ ଶିକ୍ଷଣ ଅଭିଜ୍ଞତାର ଗୁଣବତ୍ତା ବୃଦ୍ଧି କରିବ ।ସମସ୍ତ ସମ୍ଭାବ୍ୟ ପାରସ୍ପରିକ ସହଯୋଗ ଓ ସୁଯୋଗ ଥିବା ବିଭିନ୍ନ କ୍ଷେତ୍ରରେ ରାଜ୍ୟତଥାଦେଶରେ ପ୍ରଶିକ୍ଷଣ ଇକୋ-ସିଷ୍ଟମ୍ ର କ୍ଷମତା ବୃଦ୍ଧିରେ ଏହା ସହାୟକ ହେବଏହି ସହଯୋଗ ରାଜ୍ୟର ସରକାରୀ କର୍ମଚାରୀଙ୍କ ଜ୍ଞାନ, ମନୋଭାବ ଓ ଦକ୍ଷତାରେ ଉନ୍ନତି ଆଣିବା ସହ  ସୁଶାସନର ଗତିରେ  ଗଠନମୂଳକ ପ୍ରଭାବ ପକାଇବ ।

ଆଇପିଏର ରେଜିଷ୍ଟ୍ରାର ଶ୍ରୀ ଅମିତାଭ ରଞ୍ଜନ ଏବଂ ଜିଏଏର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଆରାଧନା ଦାସ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହା ଭାଗିଦାରୀଭିତ୍ତିକ ଅଧ୍ୟୟନ ତଥା ପ୍ରଶିକ୍ଷଣରେ ଅଧ୍ୟାପକ ବିନିମୟ, ଯୁଗ୍ମ ଗବେଷଣା ପ୍ରକଳ୍ପ ଏବଂ ସୁବିଧା ଆଦାନ ପ୍ରଦାନ ଇତ୍ୟାଦିକୁ ପ୍ରୋତ୍ସାହିତ କରିବ ।