Home Health ପ୍ରଫେସର ସଂଘମିତ୍ରା ମିଶ୍ର ସମ୍ ହସ୍ପିଟାଲର ନୂତନ ଡିନ

ପ୍ରଫେସର ସଂଘମିତ୍ରା ମିଶ୍ର ସମ୍ ହସ୍ପିଟାଲର ନୂତନ ଡିନ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ ହେଲେ ପ୍ରଫେସର (ଡ଼.) ସଂଘମିତ୍ରା ମିଶ୍ର । ପ୍ରଫେସର ମିଶ୍ର ବୁଧବାର ଦାଇତ୍ୱ ଗ୍ରହଣ କରିବେ ।

ବର୍ତମାନ ସମ୍ ହସ୍ପିଟାଲର କ୍ରିଟିକାଲ କେୟାର ମେଡିସିନ ବିଭାଗର ପ୍ରଫେସର ଓ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଫେସର (ଡ.) ମିଶ୍ର ବର୍ତମାନ ଡିନ ଥିବା ପ୍ରଫେସର (ଡ) ଗଙ୍ଗାଧର ସାହୁଙ୍କ ସ୍ଥାନରେ ଯୋଗ ଦେବେ ।

ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର (ଡ) ସାହୁ ଆଜି ତାଙ୍କ ଦାୟିତ୍ୱରୁ ଅବସର ନେଉଛନ୍ତି । ସେ ୨୦୧୬ ରୁ ଏହି ମେଡିକାଲ କଲେଜରେ ଡିନ ଭାବେ କାର୍ଯ୍ୟ କରୁଥିଲେ ।