Home News in Odia ପ୍ରତିଶ୍ରୁତି ମନେ ପକାଇଦେଲେ ପାଣ୍ଡିଆନ

ପ୍ରତିଶ୍ରୁତି ମନେ ପକାଇଦେଲେ ପାଣ୍ଡିଆନ

ଭୁବନେଶ୍ବର : ୫୫ ନମ୍ବର ଜାତୀୟ ରାଜପଥର କଦର୍ଯ୍ୟ ଅବସ୍ଥା ଓ ପଦ୍ମପୁର ଉପ-ନିର୍ବାଚନ ବେଳେ କେନ୍ଦୁପତ୍ର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେନ୍ଦ୍ରମନ୍ତ୍ରୀଙ୍କୁ ପୁଣି ମନେପକାଇଦେଲେ ଫାଇଭ ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଢାଖୋଲ ନିର୍ବାଚନ ନିର୍ବାଚନମଣ୍ଡଳିରେ ଆୟୋଜିତ ସଭାରେ ନା ନନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଏ ଦୁଇଟି ପ୍ରସଂଗ ଚେତାଇ ଦେଇଛନ୍ତି ପାଣ୍ଡିଆନ ।

ଏହି ଦୁଇ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ଦୀର୍ଘ ୧୦ ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେଉନି । ନିର୍ବାଚନ ଆସିଲେ କିଛି ନେତା ବଡ ବଡ ଭାଷଣ ମାରୁଛନ୍ତି, ହେଲେ ଜାତୀୟ ରାଜପଥ କାମ ସରୁନି । ୧୦ ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ ମରାମତି କାମ ସରୁନି । ଅପରପକ୍ଷରେ ଏନଏଚ କାମ ଆରମ୍ଭ ହେବାର ବହୁ ଦିନ ପରେ ବରଗଡରୁ ଆମ୍ବପାଣୀ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ କାମ ଆରମ୍ଭ ହୋଇ କେବେଠୁ ଶେଷ ହୋଇସାରିଲାଣି ୨୦୧୭ରେ ଆରମ୍ଭ ହୋଇଥିଲା ବିଜୁ ଏକ୍ସପ୍ରେସ ୱେ କାମ ।

୨୮୦ କିଲୋମିଟର ଲମ୍ବା ଏହି ରାସ୍ତାରେ ୧୦୦ କିଲୋମିଟର ସମ୍ପୂର୍ଣ୍ଣ ନୂଆ ଭାବେ ତିଆରି ହୋଇଥିଲା । କିନ୍ତୁ ମାତ୍ର ୨୯୦ କିଲୋମିଟର ଜାତୀୟ ରାଜପଥର କେବଳ ମରାମତି କାମ ସରୁନଥିବା ଦୁର୍ଭାଗ୍ୟଜନକ । ଏହି ଅଞ୍ଚଳର ନେତା କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ବୋଲି କହିବା ସହ ଆଉ ବିଳମ୍ବ ନକରି ଜାତୀୟ ରାଜପଥ ମରାମତି କାମ ଶୀଘ୍ର ଶେଷ କରିବାକୁ ପାଣ୍ଡିଆନ ତାଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ।

କଟକ-ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ସହ ଫାଇଭ ଟି ଅଧ୍ୟକ୍ଷ କହିଛନ୍ତି ଯେ, ଖରାପ ରାସ୍ତା ଯୋଗୁଁ କେନ୍ଦ୍ରମନ୍ତ୍ରୀ ଏବେ କଟକ-ସମ୍ବଲପୁର ଜାତୀୟ ରାଜପଥରେ ନଯାଇ ରାଜ୍ୟ ରାଜପଥରେ ଯିବାକୁ ପସନ୍ଦ କରୁଛନ୍ତି । ଦେଶରେ ଏହା ଏକମାତ୍ର ଜାତୀୟ ରାଜପଥ, ଯେଉଁଠି କାମ ସବୁଠୁ ଅଧିକ ମନ୍ଥର ଗତିରେ ଚାଲିଛି । ଖରାପ ରାସ୍ତା ଯୋଗୁଁ ପ୍ରତିଦିନ ବହୁତ ଦୁର୍ଘଟଣା ହେଉଛି ଏବଂ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି ।

କେବଳ ନିର୍ବାଚନ ସମୟରେ ବଡ ବଡ କଥା ନକହି କାମରେ ବିgßûସ କରନ୍ତି ନବୀନ ପଟ୍ଟନାୟକ । ଏହା ବିଜେଡି କି ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ । ଏହା ଲୋକଙ୍କ ସରକାର ବୋଲି ସବୁବେଳେ କହିଥାନ୍ତି ନବୀନ ପଟ୍ଟନାୟକ । ସେଥିପାଇଁ ତାଙ୍କ ନିର୍ଦ୍ଦେଶରେ ଲୋକଙ୍କ ସବୁ ଦରଖାସ୍ତକୁ ଉପଯୁକ୍ତ ସମ୍ମାନ ଦେଇ ସମାଧାନ କରାଯାଉଛି । କିନ୍ତୁ କିଛି ନେତା କେବଳ କଥାରେ ବିgßûସ କରନ୍ତି । ନିର୍ବାଚନ ସମୟରେ ଆସି ବଡ ବଡ କଥା କହି ଚାଲିଯିବେ । ନିର୍ବାଚନ ସରିଲେ ଆଉ ଦେଖା ମିଳିବ ନାହିଁ ।

ସେହିଭଳି କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପ୍ରସଂଗରେ କେନ୍ଦ୍ରମନ୍ତ୍ରୀଙ୍କ ଉଦାସୀନତା ନେଇ ଉଦବେଗ ପ୍ରକାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପଦ୍ମପୁର ଉପ ନିର୍ବାଚନ ସମୟରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ପାଇଁ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ । ଏ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ କରିନଥିବା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରୁ ନିଜ ଭାଗର ୮ ପ୍ରତିଶତ ଟିକସ ଛାଡ କରିଛନ୍ତି । ରାଜ୍ୟ ସରକାର ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ କେନ୍ଦ୍ରୁପତ୍ର ତୋଳାଳିଙ୍କୁ ବୋନସ ଦେଉଛି ।

ଖୁବଶୀଘ୍ର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ନୂଆ ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । କେନ୍ଦୁପତ୍ର ତୋଳାଳିଙ୍କ ଆବେଦନ କ୍ରମେ ସେମାନଙ୍କ ପରିବାର ସଦସ୍ୟଙ୍କ ବିବାହ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ପାଣ୍ଡିଆନ ସୂଚନା ଦେଇଛନ୍ତି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବେ ।