Home General ପ୍ରତିବର୍ଷ ବଢୁଛି ଆତ୍ମହତ୍ୟା

ପ୍ରତିବର୍ଷ ବଢୁଛି ଆତ୍ମହତ୍ୟା

ଭୁବନେଶ୍ୱର : ରାଜ୍ୟରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛଅ ବର୍ଷ ମଧ୍ୟରେ ଏମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ବଢିଛି ।

ସରକାରୀ ସୂଚନା ଅନୁଯାୟୀ ୨୦୧୬ରେ ରାଜ୍ୟୋର ୩୮୮୪ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିବାବେଳେ ୨୦୨୧ରେ ଏମାନଙ୍କ ସଂଖ୍ୟା ୫୬୪୯ରେ ପହଞ୍ଚିଛି । ପ୍ରତିବର୍ଷ ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି ।

ତେବେ ୨୦୨୧ରେ ଯେତେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ମଧ୍ୟରୁ ସର୍ବାଧିକ କଟକରେ ପରିଲକ୍ଷିତ ହୋଇଛି । ଏଠାରେ ପାଖପାଖି ହଜାରେ ଜଣ ଆତ୍ମହତ୍ୟା କରିଥିବା ରିପୋର୍ଟ ହୋଇଥିବାବେଳେ ମୟୁରଭଞ୍ଜ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ଯାଜପୁର, ବ୍ରହ୍ମପୁର, କୋରାପୁଟ, କେନ୍ଦୁଝର, ନବରଙ୍ଗପୁର ଆଦି ସ୍ଥାନରେ ବି ଆତ୍ମହତ୍ୟାର ସଂଖ୍ୟା ତିନି ଅଙ୍କରେ ରହିଛି ।

ତେବେ ରାଜ୍ୟରେ ଆତ୍ମହତ୍ୟା କ୍ଷେତ୍ରରେ ସମ୍ବଲପୁର ଦ୍ୱିତୀୟ ସ୍ଥାନରେ ରହିଛି । ଗତବର୍ଷ ଏଠାରେ ୫୯୦ଜଣ ଆତ୍ମହତ୍ୟା କରିଥିବା ରେକର୍ଡ ହୋଇଛି । ଏହା ପଛକୁ ବ୍ରହ୍ମପୁରରେ ୩୧୭ଜଣ ଆତ୍ମହତ୍ୟା କରିଥିବାବେଳେ ମୟୁରଭଞ୍ଜରେ ଏହି ସଂଖ୍ୟା ୨୮୦ ରହିଛି । କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଆତ୍ମହତ୍ୟା ସଂଖ୍ୟା ୨୪୭ ରେକର୍ଡ କରାଯାଇଛି ।

ତେବେ ବୌଦ ଜିଲ୍ଲାରେ ସବୁଠାରୁ କମ୍‍ ମାତ୍ର ୧୭ଜଣ ଆତ୍ମହତ୍ୟା କରିଥିବା ରେକର୍ଡ ହୋଇଥିବାବେଳେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଝାରସୁଗୁଡା, ସୋନପୁର, ଦେବଗଡ, ଢେଙ୍କାନାଳ, ଅନୁଗୁଳ, ଗଜପତି, କନ୍ଧମାଳ, ରାୟଗଡା, କଳାହାଣ୍ଡି ଆଦି ଜିଲ୍ଲାରେ ଆତ୍ମହତ୍ୟାର ସଂଖ୍ୟା ଦୁଇ ଅଙ୍କରେ ରହିଛି ।

ରାଜ୍ୟରେ ବଢି ଚାଲିଥିବା ଆତ୍ମହତ୍ୟା ପ୍ରବଣତା ଏବେ ଚିନ୍ତାର କାରଣ ହୋଇଥିବାବେଳେ ବେକାରୀ, ବେରୋଜଗାରୀ ସହିତ ନିଶା ସେବନ ପ୍ରେମରେ ବିଫଳତା ଏଥିପାଇଁ ଦାୟୀ ବୋଲି ମନୋବିଜ୍ଞାନୀମାନେ ମତ ଦେଉଛନ୍ତି । କରୋନା ମହାମାରୀ ସମୟରେ ଆତ୍ମହତ୍ୟାର ମାତ୍ରା ବୃଦ୍ଧି ପାଇଥିବାବେଳେ ଏହା ସାଧାରଣତଃ ଶିକ୍ଷିତ ଯୁବପୀଢିଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହାଦ୍ୱାରା ଆମର ସାମାଜିକ ବ୍ୟବସ୍ଥା ବିଗଡିବା ସହିତ ପୁଲିସ୍‍ ପ୍ରଶାସନ ଉପରେ ମଧ୍ୟ ଚାପ ବଢିବାରେ ଲାଗିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here