Home Administration ପୋର୍ଟାଲରୁ ମିଳିବ ପେନ୍‌ସନ୍‌ ଅର୍ଡର

ପୋର୍ଟାଲରୁ ମିଳିବ ପେନ୍‌ସନ୍‌ ଅର୍ଡର

ଭୁବନେଶ୍ୱର : କଣ୍ଟ୍ରୋଲର ଅଫ୍‌ ଏକାଉଣ୍ଟସ୍‌ କାର୍ଯ୍ୟାଳୟ ଦ୍ୱାରା ପଠାଯାଇଥିବା ପେନ୍‌ସନ୍‌ ଅର୍ଡରଗୁଡ଼ିକ ଚଳିତ ବର୍ଷ ଅପ୍ରେଲ ପହିଲାଠାରୁ ଆଇଏଫ୍‌ଏମ୍‌ଏସ୍‌ ପୋର୍ଟାଲରେ ଅପ୍‌ଲୋଡ୍‌ କରାଯାଉଛି ।

ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀ ଅଥବା ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଅବଗତ କରାଯାଉଛି । ସେମାନେ ସଂପୃକ୍ତ ଟ୍ରେଜେରୀ/ସ୍ୱତନ୍ତ୍ର ଟ୍ରେଜେରୀ/ସବ୍‌ଟ୍ରେଜେରୀ ଅଫିସରମାନଙ୍କଠାରୁ ସେମାନଙ୍କ ପ୍ରାପ୍ୟ ପାଇବା ପାଇଁ ସାକ୍ଷାତ କରିପାରିବେ ।

ଆବଶ୍ୟକ ସ୍ଥଳେ ପେନ୍‌ସନ୍‌ଭୋଗୀମାନେ ସେମାନଙ୍କ ପେନ୍‌ସନ୍‌ ପେମେଣ୍ଟ ଆଦେଶ odishatreasury.gov.in ମାଧ୍ୟମରେ ଡାଉନ୍‌ଲୋଡ୍‌ କରିପାରିବେ ।

LEAVE A REPLY

Please enter your comment!
Please enter your name here