Home General ପୂର୍ବତଟ ରେଳପଥ ସବୁଠୁ ଲାଭଜନକ ଜୋନ

ପୂର୍ବତଟ ରେଳପଥ ସବୁଠୁ ଲାଭଜନକ ଜୋନ

ଭୁବନେଶ୍ୱର : ଚଳିତ ବର୍ଷ ୧ ଏପ୍ରିଲରୁ ୩୦ ନଭେମ୍ବର ମଧ୍ୟରେ ପୂର୍ବ ତଟ ରେଳପଥ ୧୫୦.୫୬ ମେଟ୍ରିକ ଟନ୍ ମାଲ ପରିବହନ କରିଛି ଯାହାକି ଗତ ଆର୍ଥିକ ବର୍ଷରେ ୧୨୩.୭୨ ମେଟ୍ରିକ ଟନ୍ ଥିଲା । ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ୨୬.୮୪ ମେଟ୍ରିକ ଟନ୍ ଅଧିକ ମାଲ ବୋଝେଇ କରିଛି ଯାହର ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପରିମାଣ ୨୨% ।

ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୋଡ ଡିଭିଜନ ରୁ ୧୦୦.୬୫ ମେଟ୍ରିକ ଟନ୍‌, ୱାଲଟିୟର ଡିଭିଜନରୁ ୪୨.୧୫ ମେଟ୍ରିକ ଟନ୍ ଓ ସମ୍ବଲପୁର ଡିଭିଜନରୁ ୭.୭୬ ମେଟ୍ରିକ ଟନ୍ ମାଲ ପରିବହନ କରାଯାଇ ଅଛି ।

କେବଳ ନଭେମ୍ବର ମାସରେ ଏହି ଜୋନ ଗତ ବର୍ଷର ଏହି ମାସରେ ୧୮.୮୪ଏମଟି ବୋଝେଇ କରିଥିବା ବେଳେ ଚଳିତ ବର୍ଷ ୧୯.୭୧ ମେଟ୍ରିକ ଟନ୍ ମାଲ ବୋଝେଇ କରିଛି, ଯାହାର ବୃଦ୍ଧିର ପରିମାଣ ୫% ଅଟେ ।

ପୂର୍ବ ତଟ ଜୋନ ମଧ୍ୟ ଏହି ସମୟ ପାଇଁ ରେଲୱେ ବୋର୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ ୧୪୫.୫୩ ମେଟ୍ରିକ ଟନ୍ କୁ ଅତତିକ୍ରମ କରି ପାରିଛି । ପୂର୍ବ ତଟ ରେଳପଥର ସବୁ ୩ ଗୋଟି ଡିଭିଜନ ଯଥା ଖୋର୍ଦ୍ଦାରୋଡ, ୱାଲଟିୟର ଓ ସମ୍ବଲପୁରର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ହେତୁ ସମ୍ଭବ ହୋଇ ପାରିଛି । ଏହି ସମୟରେ ପୂର୍ବତଟ ରେଳପଥ ୮୪.୯୩ ମେଟ୍ରିକ ଟନ୍ ର କୋଇଲା, ୫.୨୫ ମେଟ୍ରିକ ଟନ୍ ର ଷ୍ଟିଲ ପ୍ଲାଂଟ ପାଇଁ କଂଚାମାଲ,୧୪.୦୬ ମେଟ୍ରିକ ଟନ୍ ର ଲୁହା ଓ ଇସ୍ପାତ, ୨୦.୩୭ ମେଟ୍ରିକ ଟନ୍ ର ଲୁହା ପଥର ପରିବହନ କରିଛି ।

ସେହିଭଳି ୦.୭୫ ମେଟ୍ରିକ ଟନ୍ ର ସିମେଣ୍ଟ, ୧.୯୮ ମେଟ୍ରିକ ଟନ୍ ର ଖାଦ୍ୟ ଶସ୍ୟ, ୩.୩୯ ମେଟ୍ରିକ ଟନ୍ ର ସାର,୧.୭୪ ମେଟ୍ରିକ ଟନ୍ ର ପିଓଏଲ, ୨.୭୩ ମେଟ୍ରିକ ଟନ୍ ର ମାଲକୁ କଂଟେନରରେ ଓ ୧୪.୯୬ ମେଟ୍ରିକ ଟନ୍ କୁ ଅନ୍ୟାନ୍ୟ ମାଲ ରୂପେ ପରିବହନ କରିଛି । ମାଲ ପରିବହନ କରିବାରେ ପ୍ରମୁଖ ଭୂମିକା ଭାବରେ ଅବଦାନ ଦେଇଥିବା ସଂସ୍ଥା ଗୁଡ଼ିକ ହେଲା ତାଳଚେର, ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ, ନୟାଗଡ଼ ଏରିଆ, କେକେ ଲାଇନ, ଷ୍ଟିଲ ପ୍ଲାଂଟ, ଆଲୁମିନିୟମ ପ୍ଲାଂଟ ଓ ପୂର୍ବ ତଟ ରେଳପଥର ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳ ।