Home General ପୁସ୍ତକ ପରଶମଣି  ଉନ୍ମୋଚିତ

ପୁସ୍ତକ ପରଶମଣି  ଉନ୍ମୋଚିତ

ନରସିଂହପୁର : ପ୍ରତି ଦିନ ନରସିଂହପୁର ରେ ୱେବ୍ ସତସଙ୍ଗ ପାଳନ କରାଯଉଥିବାବେଳେ ଏଥିରେ ଶ୍ରୀ ପ୍ରଭାତ କୁମାର୍ ବସ୍ତିଆ, ନମିତା ପ୍ରିୟ ଦର୍ଶିନୀ, ସବିତା ଶୁଭ ଦର୍ଷିନୀ ପ୍ରତି ଦିନ ପ୍ରାତଃ ସମୟରେ ପୁରୋଭାଗରେ ଅୟୋଜନ ଦୀର୍ଘ ଦୁଇ ବର୍ଷ ଧରି ଏହି ୱେବ୍ ସତସଙ୍ଗ ର ଅୟୋଜନକରି ସାରା ପୃଥିବୀ ପୃଷ୍ଠରେ ପ୍ରଶଂସିତ ବୋଲି ପ୍ରକାଶ।

ସୁଦୂର ଅଷ୍ଟ୍ରେଲିଆ ରୁ ଶ୍ରୀ ଅନିକେଶ ସସମଲ୍, ଏଵଂ କଲିକତା ର ଗୌରୀ ଶଙ୍କର ସାସମଲ୍, ଶ୍ରୀମତୀ ବିଷ୍ଣୁ ପ୍ରିୟା ସାସମଲ ,ଶ୍ରୀ ପାରେଶ୍ୱର୍ ଜେନା ବରିଷ୍ଠ ସହପ୍ରତୀ ରିତ୍ୱିକ ଙ୍କ ଦ୍ଵାରା ଲିଖିତ ପରସ ମଣି  , ପୁସ୍ତକ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଭାବଧାରା କୁ ନେଇ ରଚିତ ପୁସ୍ତକ ଉନ୍ମୋଚିତ ହେବା କୁ ସ୍ଥିରୀ କୃତ ହୋଇଛି ।

ଶ୍ରୀ ପ୍ରମୋଦ କୁମାର ଜେନା, ଅମିତାଭ ସାମନ୍ତ ରାୟ, ବିପିନ ବିହାରୀ ନାୟକ,ଅଗ୍ନି ଦୀପା ତ୍ରିପାଠୀ, ନିତ୍ୟ ରଞ୍ଜନ ସାହୁ, ସୁଶ୍ରୀ ମହେଶ୍ୱତା ବେହେରା, ସମୀର ବସନ୍ତିଆ ପ୍ରମୁଖ ବାଣୀ, ଭଜନ କୀର୍ତ୍ତନ ପରିବେଷଣ କରିବେ। ଜଟମୁଣ୍ଡିଆ ଅଞ୍ଚଳ ର ଯୁବ ବର୍ଗ ମଧ୍ୟ କୀର୍ତନ ରେ ସାମିଲ ହେବେ।

ନରସିଂହ ପୁର ସତସଙ୍ଗ କେନ୍ଦ୍ର ର ପରିଚାଳକ ତଥା ସହ ପ୍ରତି ରୀତ୍ଵିକା ଶ୍ରୀ ବିଜୟ କୁମାର ପରିଡ଼ା ଏହି ସତସଙ୍ଗ କୁ ୱେବ୍ ମାଧ୍ୟମରେ ପରିଚାଳନା କରିବେ।

ଅନୁଭୂତି ସମ୍ପନ୍ନ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ, ଓଡ଼ିଶାର ବୟୋଜ୍ୟେଷ୍ଠ କର୍ମୀ ଶ୍ରୀ ଜେନା ଙ୍କ ଦ୍ଵାରା ଲିଖିତ ଏହୀ ପରସ ମଣି ପୁସ୍ତକ ଉପରେ ସହ ପ୍ରତି ରିତ୍ୱିକ ଶ୍ରୀ କୃପା ନିଧି ବିଶ୍ବାଳ ଆଲୋକ ପାତ କରିବେ।

ଶ୍ରୀ ଜେନା ବର୍ତ୍ତମାନ୍ 87ବର୍ଷ ରେ ପଦାର୍ପଣ କରି ବହୁ ଭାବରେ କର୍ମଠ ଏଵଂ ସୁସ୍ଥ ରହି ଶ୍ରୀ ଶ୍ରୀ ଠାକୁର ଙ୍କ କାମରେ ଆଠଗଡ, ବଡମ୍ବା, ନରସିଂହ ପୁର ଏବଂ ତିଗିରିଆ ତଥା ଭାରତ ବର୍ଷ ରେ ବହୁ ଯାଗାରେ ପ୍ରତିଷ୍ଠା ଲାଭ କରିଛନ୍ତି ।

ଇଷ୍ଟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଅନୁଭୂତି ଉପରେ ଏହି ପୁସ୍ତକ କୁ ସେ ବିନା ମୂଲ୍ୟରେ ସତସଙ୍ଗ ବିହର ମାନଙ୍କରେ ପ୍ରୀତି ଅର୍ଘ୍ୟ ଦେଈ ଭକ୍ତ ମାନେ ଏହି ପୁସ୍ତକ କୁ ନେଇ ଲାଭ ବାନ ହେବେ ବୋଲି ଆଶା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here