Home News in Odia ପୁଲିସ୍‍ ଏନକାଉଣ୍ଟରରେ ହାଇଦର ମୃତ

ପୁଲିସ୍‍ ଏନକାଉଣ୍ଟରରେ ହାଇଦର ମୃତ

ଭୁବନେଶ୍ୱର : କୁଖ୍ୟାତ ଅପରାଧି ହାଇଦର ଆଜି ପୁଲିସ୍‍ ଗୁଳିରେ ମୃତ୍ୟୁବରଣ କରିଛି । ତାକୁ ଚୌଦ୍ୱାର ଜେଲ୍‍ରୁ ବାରିପଦା ଜେଲ୍‍କୁ ସ୍ଥାନାନ୍ତର ସମୟରେ ଏଭଳି ଏନକାଉଣ୍ଟର ହୋଇଥିବା ପୁଲିସ୍‍ ସୂଚନା ଦେଇଛି ।

ପୁଲିସ୍‍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ହାଇଦରକୁ ଚୌଦ୍ୱାର ଜେଲ୍‍ରୁ ବାରିପଦା ଜେଲକୁ ସ୍ଥାନାନ୍ତର ସମୟରେ ସିମୁଳିଆ ନିକଟରେ ପରିସ୍ରା କରିବ କହି ଗାଡିରୁ ଓହ୍ଲାଇଥିଲା । ଏହି ସମୟରେ ପୁଲିସ୍‍ଙ୍କ ଠାରୁ ବନ୍ଧକୁ ଛଡାଇ ଦୌଡିବାକୁ ଲାଗିଥିଲା । ବାରମ୍ବାର କହିବା ସତ୍ୱ ନମାନିବାରୁ ପୁଲିସ୍‍ ଗୁଳି ଚଳାଇଥିଲା ।

ହାଇଦରକୁ ସ୍ଥାନାନ୍ତର ସମୟରେ ଜଣେ ଇନ୍ସପେକ୍ଟର, ଜଣେ ଏସ୍‍ଆଇ ଓ ଗୋଟିଏ ସେକ୍ସନ ପୁଲିସ୍‍ ତାକୁ ଏସ୍‍କର୍ଟ କରି ନେଉଥିଲେ । ଏନକାଉଣ୍ଟର ପରେ ତାକୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ତେବେ ମିଳିଥିବା ସୂଚନା ଅନୁଯାୟୀ ହାଇଥର ସେଠାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିଲା । ଗୁଳି ତାହାର ପେଟ ଓ ହାତରେ ବାଜିଥିବା ସୂଚନା ମିଳିଛି । ଯଦିଓ ଅଧିକାରୀ ଭାବେ କିଛି ଘୋଷଣା ହୋଇନାହିଁ ତଥାପି ହାଇଦର ମୃତ୍ୟୁବରଣ କରିଥିବା ଜଣାଯାଇଛି ।

ଉଲ୍ଲେଖନୀୟ ଯେ କିଛିଦିନ ଚିକିତ୍ସାଧିନ ଅବସ୍ଥାରେ ହାଇଦର କଟକ ବଡ ମେଡିକାଲରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ପୁଲିସ୍‍ ବହୁ ଉଦ୍ୟମ କରି ତାକୁ ତେଲେଙ୍ଗାନାରୁ ଧରି ଆଣିଥିଲା । ସେବେଠାରୁ ସେ ଚୌଦ୍ୱାର ଜେଲ୍‍ରେ ଥିବାବେଳେ ଆଜି ତାକୁ ବାରିପଦା ସ୍ଥାନାନ୍ତର କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here