Home General ପୁରୀ ଠାରେ ବିମାନବନ୍ଦର ପାଇଁ ପତ୍ର

ପୁରୀ ଠାରେ ବିମାନବନ୍ଦର ପାଇଁ ପତ୍ର

ଭୁବନେଶ୍ୱର : ପୁରୀଠାରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ପୁରୀଠାରେ ଜମି ଚିହ୍ନଟ ସହ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ପୀଠ ପବିତ୍ର ସହର ପୁରୀ ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରେ ଅନ୍ୟତମ । ଏହା ‘ୟୁନେସ୍କୋ’ ବିଶ୍ୱ ଐତିହ୍ୟ ସ୍ଥଳୀରେ ଅନ୍ତର୍ଭୁକ୍ତ ଥିବାବେଳେ ଏହା ଚତୁଃପାଶ୍ୱର୍ରେ ଅନେକ ବୁଦ୍ଧ ଐତିହ୍ୟ ପୀଠ ରହିଛି । ଏହାର ସୁଦୀର୍ଘ ବେଳାଭୂମି ଏବଂ ଅନ୍ୟ ବନ୍ଦରମାନଙ୍କ ସହ ରାଜପଥ ସଂଯୋଗୀକରଣ ଅର୍ଥନୈତିକ ସମ୍ଭାବନାକୁ ପ୍ରତିପାଦିତ କରୁଛି ।

ବିଶ୍ୱର ୧୯୨ଟି ଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଜଗନ୍ନାଥ ସଂସ୍କୃତିକୁ ଆହୁରି ପରିବ୍ୟାପ୍ତ କରିବା ସହ ନୂତନ ବିମାନବନ୍ଦର ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଆଧ୍ୟାତ୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କ୍ଷେତ୍ରରେ ପୁରୀ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବେ ପରିଣତ ହେବାର ସମସ୍ତ ସମ୍ଭାବନା ରହିଛିି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀଙ୍କୁ ଏହି ବିମାନବନ୍ଦରକୁ ଏକ ପ୍ରମୁଖ ପ୍ରକଳ୍ପ ଭାବେ ଗ୍ରହଣ କରିବାକୁ ଭାରତ ସରକାରଙ୍କ ନାଗରିକ ଉzୟନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବାକୁ ପତ୍ର ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here