Home Culture ପୁରୀ ଜିଲ୍ଲାପାଳଙ୍କ ସତସଙ୍ଗ ଠାକୁର ବାଡି ପରିଦର୍ଶନ

ପୁରୀ ଜିଲ୍ଲାପାଳଙ୍କ ସତସଙ୍ଗ ଠାକୁର ବାଡି ପରିଦର୍ଶନ

ପୁରୀ  : ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପୁରୀ ଚକ୍ରତୀର୍ଥ ରୋଡ ରେ ଥିବା ସତସଙ୍ଗ ଠାକୁର୍ ବାଡି ପରିସର କୁ ଜିଲ୍ଲାପାଳ ପୁରୀ ସମର୍ଥ ବର୍ମା  ପ୍ରାତଃ ସମୟରେ ଦର୍ଶନ ପ୍ରଣାମ ନିବେଦନ କରିଥିଲେ। ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ  ପ୍ରଦୀପ ସାହୁ, ଏଵଂ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁବୁଦ୍ଧି ମଧ୍ୟ ଉପସ୍ଥିତ ଥିଲେ।

ଠାକୁର ବାଡିର କର୍ତ୍ତୃପକ୍ଷ ଙ୍କ ତରଫରୁ ଡକ୍ଟର ନନ୍ଦ କିଶୋର ପ୍ରଧାନ ଏବଂ ଅରୁଣ କୁମାର ସାହୁ ସହ ପ୍ରତି ରିତ୍ୱିକ ପରିବେଶ କୁ ବୁଲାଇ ଦେଖାଇ ଥିଲେ। ଜିଲ୍ଲାପାଳ ଶ୍ରୀ ଶ୍ରୀ ଠାକୁର ଙ୍କ ମନ୍ଦିର ଶ୍ରୀ ଶ୍ରୀ ବଡ଼ଦା ଙ୍କ ସମାଧି ପୀଠ ପ୍ରଭୁତି ଦର୍ଶନ କରି ପରିବେଶର  ବହୁ ପ୍ରଶଂସା କରିଥିଲେ।    

ଆଗାମୀ ଜୁନ ମାସ ପାଞ୍ଚ ତାରିଖ ଦିନ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀଦାଦାଙ୍କ ମହୋଦଧରେ ଚିତା ଭସ୍ମ ବିସର୍ଜନକୁ ଲକ୍ଷ୍ୟ କରି ଜନ ସମାଗମ  ଓ ଏହାର ଆୟୋଜନକୁ ନେଇ ସମସ୍ତ ଆଲୋଚନା କରିଥିଲେ। ଏଥି ପୂର୍ବରୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ ମଧ୍ଯ   ଠାକୁର ବାଡି ପରିଦର୍ଶନ କରି ବିହିତ ପଦକ୍ଷେପ ନେବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସତସଙ୍ଗ ର ପ୍ରତି ରିତ୍ୱିକ ଡକ୍ଟର ବିନାୟକ ମହାପାତ୍ର ଙ୍କ ସମେତ ସତସଙ୍ଗ କର୍ମୀ ମାନଙ୍କ ଗହଣରେ ଆଲୋଚନା କରିଥିଲେ।