Home Health ପୁଣି କରୋନା ଉପରମୁହାଁ

ପୁଣି କରୋନା ଉପରମୁହାଁ

ଭୁବନେଶ୍ୱର: ଦୈନିକ ସଂକ୍ରମଣ କ୍ଷେତ୍ରରେ କରୋନା ରାଜ୍ୟରେ ପ୍ରତିଦିନ ନୂଆ ରେକର୍ଡ କରିବାରେ ଲାଗିଛି । ୨୪ ଘଣ୍ଟା ଭିତରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୪୮୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତିି । ଗତକାଲି ୪୭୬୧ ନୂଆ କରୋନା ପଜିଟିଭ ସାମ୍ନାକୁ ଆସିଥିଲା, ଯାହା ଗତ ସେପ୍ଟେମ୍ବରରେ ଦେଖାଦେଇଥିବା କରୋନାର ସର୍ବାଧିକ ସଂକ୍ରମଣକୁ ଟପି ଯାଇଥିଲା । ସେହିପରି ଆଜି ବି ରାଜ୍ୟରେ ଆଉ ୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୪୮୫୧ ଜଣ ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ୨୦୩୭ ଲୋକାସ କେସ ହୋଇଥିବାବେଳେ ୨୮୧୪ଟି କ୍ୱାରେଣ୍ଟିନରୁ ଜଣାପଡ଼ିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୨ ଜଣ ଥିବାବେଳେ ସୁନ୍ଦରଗଡ, ମୟୂରଭଞ୍ଜ ଓ କଟକରୁ ଜଣେ ଲେଖାଏଁ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ତେବେ ରାଜ୍ୟରେ ମୋଟ୍‍ କରୋନାଜନିତ ମୃତ୍ୟୁସଂଖ୍ୟା ୧୯୫୮ରେ ପହଞ୍ଚିଛି ।

ରାଜ୍ୟରେ ଚିହ୍ନଟ ୪୮୫୧ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୦୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୧୧୧, ବାଲେଶ୍ୱରରୁ ୫୨, ବରଗଡାରୁ ୩୧୮, ଭଦ୍ରକରୁ ୭୩, ବଲାଙ୍ଗୀରରୁ ୨୨୭, ବୌଦ୍ଧରୁ ୨୨, କଟକରୁ ୩୦୪, ଦେବଗଡରୁ ୩୫, ଢେଙ୍କାନାଳରୁ ୩୧, ଗଜପତିରୁ ୩୫, ଗଞ୍ଜାମରୁ ୧୫୧, ଜଗତସିଂହପୁରରୁ ୩୯, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୨୯୦, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୨୭ ଜଣ, କେନ୍ଦ୍ରାପଡ଼ାରୁ ୫୮ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦୁଝରରୁ ୧୬୬, କୋରାପୁଟରୁ ୬୨, ମାଲକାନଗିରିରୁ ୩୧, ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୧୯୪, ନୟାଗଡ଼ରୁ ୬୬, ନୂଅ ।ପଡ଼ାରୁ ୪୮୬, ପୁରୀରୁ ୨୨୩, ରାୟଗଡ଼ାରୁ ୮୫, ସମ୍ବଲପୁରରୁ ୧୭୧, ସୋନପୁରରୁ ୯, ସୁନ୍ଦରଗଡରୁ ୫୧୬ ଓ ଷ୍ଟେଟପୁଲରୁ ୧୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୮୨୩୧୫ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩,୪୯,୩୭୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାବ୍ୟତୀତ ରାଜ୍ୟରେ ଏବେ ୩୦୯୨୭ ଆକ୍ଟିଭ କେସ୍ ରହିଛି । ସେହିପରି ଆଜିସୁଦ୍ଧା ରାଜ୍ୟରେ କରୋନା ନମୁନା ପରୀକ୍ଷା ୫୭ଲକ୍ଷକୁ ଅତିକ୍ରମ କରିଯାଇଛି ।

LEAVE A REPLY

Please enter your comment!
Please enter your name here