Home General ପିସିପିଆଇଆରରେ ମିଳିଛି ୪୦ହଜାର ନିଯୁକ୍ତି

ପିସିପିଆଇଆରରେ ମିଳିଛି ୪୦ହଜାର ନିଯୁକ୍ତି

ଭୁବନେଶ୍ୱର : ପାରାଦୀପରେ ସ୍ଥାପନ ହୋଇଥିବା ପେଟ୍ରୋଲିୟମ, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜିୟନ୍ (ପିସିପିଆଇଆର)ରେ ୭୩,୫୧୮ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବାରୁ ପ୍ରାୟ ୪୦,୦୦୦ ଲୋକଙ୍କୁ ନିଯୁକ୍ତି ମିଳିଛି । ଆଜି ରାଜ୍ୟସଭାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହି ସୂଚନା ଦେଇଛନ୍ତି ।

ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋକେମିକାଲ୍ସରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ଏଥିପାଇଁ ର୍ନିଦ୍ଦିଷ୍ଟ ନିବେଶ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ପାଇଁ ସରକାର ପିସିପିଆଇଆର ନୀତି, ୨୦୦୭ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ପିସିପିଆଇଆର ହେଉଛି ଉତ୍ପାଦନ ୟୁନିଟ୍‌, ସର୍ବସାଧାରଣ ଉପଯୋଗିତା, ଲଜିଷ୍ଟିକ୍ସ, ପରିବେଶ ସୁରକ୍ଷା ବ୍ୟବସ୍ଥା, ଆବାସିକ ଅଞ୍ଚଳ ଏବଂ ପ୍ରଶାସନିକ ସେବାର ମିଶ୍ରଣ । ପ୍ରତି ପିସିପିଆଇଆରରେ ଏକ ରିଫାଇନାରୀ/ ପେଟ୍ରୋକେମିକାଲ୍ ଫିଡଷ୍ଟକ୍ କମ୍ପାନି ସହଯୋଗୀ ଭଡ଼ାଟିଆ ଭାବେ ରହିବ ବୋଲି ସେ କହିଛନ୍ତି ।

ଓଡ଼ିଶାର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପିସିପିଆଇଆର୍ ର ବିକାଶ ପାଇଁ ମୁଖ୍ୟ ଭୂମିକା ହେଉଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍‌) ଯାହା ବାର୍ଷିକ ୧୫ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପାରାଦୀପ ବିଶୋଧନାଗାରର ମାଲିକ ଏବଂ ପରିଚାଳନା କରୁଛି ।

ପ୍ଲାଷ୍ଟିକ ଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଆଇଓସିଏଲ ଓଡ଼ିଶା ଶିଳ୍ପ ଭିତ୍ତିିଭୂମି ବିକାଶ ନିଗମ (ଇଡକୋ) ସହ ପାରାଦୀପ ପ୍ଲାଷ୍ଟିକ୍ ପାର୍କ ଲିମିଟେଡ୍ ରେ ସହାୟକ ଅଂଶୀଦାର ଭାବେ ଭାଗିଦାରୀ କରିଛି, ଯେଉଁଥିରେ ବାର୍ଷିକ ଗୋଟିଏ ୬୮୦ କିଲୋଟନ୍ (କେଟି) ପଲିପ୍ରପିଲିନ୍ (ପିପି) ପ୍ଲାଣ୍ଟଣ୍ଟଏବଂ ଗୋଟିଏ ୩୫୭ କେଟି ମୋନୋ ଇଥିଲିନ୍ ଗ୍ଲାଇକୋଲ (ଏମ୍‌ଇଜି) ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇସାରିଛି ବୋଲି ଶ୍ରୀ ତେଲି କହିଛନ୍ତି ।

ରସାୟନ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ପିସିପିଆଇଆରରେ ଏପର୍ଯ୍ୟନ୍ତ ୭୩,୫୧୮ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ଯାହାଫଳରେ ପ୍ରାୟ ୪୦,୦୦୦ ଲୋକଙ୍କୁ ନିଯୁକ୍ତି ମିଳିଛି । ପରିକଳ୍ପିତ ପାରାଦୀପ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ଭାରତର ପ୍ରସ୍ତାବିତ ୪ଟି ପିସିପିଆଇଆର୍ ମଧ୍ୟରୁ ଅନ୍ୟତମ ହେବ ।

ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୮୪ ବର୍ଗ କିଲୋମିଟର ପରିମିତ ଏହି ପାରାଦୀପ ପିସିପିଆଇଆରକୁ ଆଇଓସିର ପାରାଦୀପ ବିଶୋଧନାଗାର ଏବଂ ପେଟ୍ରୋକେମିକାଲ ୟୁନିଟ୍ ଦ୍ୱାରା ପରିଚାଳିତ କରାଯିବ, ଯେଉଁମାନେ ମିଳିତ ଭାବେ ଏହି ରାସାୟନିକ କମ୍ପେ୍ଲକ୍ସକୁ ମୋନୋଏଥିଲିନ୍ ଗ୍ଲାଇକୋଲ, ପେଟକୋକ୍‍ ଭିତ୍ତିକ ସିନ୍ଥେଟିକ୍ ଇଥାନଲ୍ ଏବଂ ପାରାକ୍ସିଲିନ୍‌-ଶୁଦ୍ଧ ଟେରେଫାଥଲିକ୍ ଏସିଡ୍ (ପିଏକ୍ସ-ପିଟିଏ) ସମେତ ସମସ୍ତ ଆବଶ୍ୟକୀୟ ଫିଡଷ୍ଟକ୍ ଯୋଗାଣ କରିବେ ।

ନିବେଶକଙ୍କୁ ୨୦୨୧-୨୨ ବାର୍ଷିକ ରିପୋର୍ଟରେ ଆଇଓସି କହିଛି ଯେ ୨୦୨୪ ଜାନୁଆରି ସୁଦ୍ଧା ପାରାଦୀପରେ ଥିବା ପିଏକ୍ସ-ପିଟିଏ କାରଖାନା କାର୍ଯ୍ୟକ୍ଷମ ହେବୟ ନୂତନ ପିଏକ୍ସ-ପିଟିଏ କାରଖାନାର ପିଏକ୍ସ ଉତ୍ପାଦନ କ୍ଷମତା ୮୦୦,୦୦୦ ଟିପିୱାଇ ରହିବ, ଯାହା ପ୍ରକଳ୍ପର ଅଂଶ ବିଶେଷ ଭାବରେ ର୍ନିମିତ ହେବାକୁ ଥିବା ନିକଟବର୍ତ୍ତୀ ୧.୨ ନିୟୁତ ଟିପିଏ ପ୍ଲାଣ୍ଟଣ୍ଟପାଇଁ ଫିଡଷ୍ଟକ୍ ଭାବରେ ବ୍ୟବହୃତ ହେବ । (ତଥ୍ୟ)