Home General ପିଲାଙ୍କୁ ସାମ୍ବାଦିକତା ତାଲିମ

ପିଲାଙ୍କୁ ସାମ୍ବାଦିକତା ତାଲିମ

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାରେ ଶିଶୁ ସାମ୍ବାଦିକ ଙ୍କ ତିନି ଦିନିଆ କର୍ମଶାଳା ର ଶୁଭାରମ୍ଭ ହୋଇଯାଇଛି । ଏହି କର୍ମଶାଳାରେ ଦେବଗଡ଼ ଓ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲ୍ସ କଲ୍ଚରାଲ ସେଣ୍ଟର୍ (ପିକକ୍) ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଜଣାଇଛନ୍ତି ।

ୟୁନିସେଫ  , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତଥା ଧରିତ୍ରୀ ର ସହଯୋଗରେ ପିକକ୍ ସଂଗଠନ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ଛାତ୍ର ଛାତ୍ରୀ ଶିଶୁ ଅଧିକାର ସମ୍ପର୍କରେ ଜାଣିବା ସହ ଏକ ସାମ୍ବାଦିକ ଟିଏ ଭଳି ନିଜ ଚତୁର୍ପାର୍ଷ୍ୱ କୁ ପ୍ରଭାବିତ କରୁଥିବା ବିଷୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବା ଓ ଜଣାଇବାର ତାଲିମ ପାଇବେ ବୋଲି  ୟୁନିସେଫ ର କମ୍ୟୁନିକେସନ କଂସଲ୍ଟାଣ୍ଟ ଶାରଦା ଲାହାଙ୍ଗିର ସୂଚନା ପ୍ରଦାନ କରିଛନ୍ତି ।

ଏଥି ସହିତ ନିଜ ଭିତରର ସମ୍ଭାବନା କୁ ନେତୃତ୍ୱ ଦେଇ କିପରି ବିନା ଭୟ ଓ ସଙ୍କୋଚ ରେ ନିଜକୁ ବ୍ୟକ୍ତ କରିପାରିବେ ସେ ସମ୍ପର୍କରେ ମଧ୍ୟ ଏହି ଛାତ୍ରଛାତ୍ରୀ ଦକ୍ଷତା ର ତାଲିମ ପାଇବେ । ଲେଖିବା ର ଶୈଳୀ , ସାମ୍ବାଦିକତାର ଧାରା , ପ୍ରଶ୍ନ ପଚାରିବା ର ପ୍ରକ୍ରିୟା ସମ୍ପର୍କରେ ତାଲିମ ପାଇ ଏକ ସାମ୍ବାଦିକ ଭଳି ମତାମତ କୁ ପ୍ରକାଶ କରିପାରିବାର ଦକ୍ଷତା ହାସଲ କରିବେ ବୋଲି ଶ୍ରୀ ମହାନ୍ତି ଜଣାଇଛନ୍ତି । 

 ଏହି  ଶିବିରରେ ତାଲିମ ପାଉଥିବା ଛାତ୍ରଛାତ୍ରୀଙ୍କ ଲେଖା କୁ ନେଇ ଆସନ୍ତା ଦିନ ରେ ଏକ ମାସିକ ପତ୍ରିକା ପ୍ରକାଶନ କରିବାର ଯୋଜନା ଥିବା ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଜଣାଇଛନ୍ତି । ଶିଶୁ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଶ୍ରୀ ମହାପାତ୍ର କହିଥିଲେ । ପିକକ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ଵାଗତ ଭାଷଣ ଦେବା ସହ ପିକକ୍ ର କର୍ମକର୍ତ୍ତା ସମର ଦାସ ଓ ପ୍ରେମାନନ୍ଦ ମାଝୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ । ପିକକ୍ ର  କୋଷାଧ୍ୟକ୍ଷ ରତ୍ନା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।