Home General ପିଲାଏ ପାଳିଲେ ବିଶ୍ୱ ଜଳ ଦିବସ

ପିଲାଏ ପାଳିଲେ ବିଶ୍ୱ ଜଳ ଦିବସ

ଭୁବନେଶ୍ୱର : ଆଜି ବିଶ୍ୱ ଜଳ ଦିବସ କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ କଲଚରାଲ ସେଣ୍ଟର (ପିକକ) ର ସମସ୍ତ ପ୍ରକଳ୍ପ କ୍ଷେତ୍ର ରେ ପିଲା ଓ ଯୁବକ ମାନେ ଉତ୍ସାହର ସହିତ ପାଳନ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ ସଚେତନତା ମୁଳକ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ, ସଚତନତା ବାର୍ତ୍ତା ଦେବା, ରଚନା ଲେଖିବା, ପଶୁ ପକ୍ଷୀ ମାନଙ୍କ ନିମନ୍ତେ ଜଳ ରଖିବା, ସଚେତନତା ରାଲି, ଜଳର ଉତ୍ସ କୁ ସଫା କରିବା, ହାତ ଧୁଆ, ଧଳା କପଡା ଉପରେ ନୀଳ ରଙ୍ଗର ହାତ ଛାପ ଦେବା, ପାଣି କୁ ରୋକିବା ପାଇଁ ପଥର ଦ୍ୱାରା ବନ୍ଧ ବାନ୍ଧିବା, ହାତଧୁଆ ପାଣିକୁ ବାଡିରେ ଥିବାବଗିଚା କୁ ଦେବା ପାଇଁ ନଳା କାଟିବା ଇତ୍ଯାଦି ର ଆୟୋଜନ କରାଯାଇଥିଲା । ୫୦୦ ରୁ ଉର୍ଦ୍ଧ୍ୱ ପିଲା ଓ ଯୁବକ ମାନେ ଏହି କାର୍ଯ୍ୟକ୍ରମ ରେ ଭାଗନେଇ ଥିଲେ । 

ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖ ଦିନ ବିଶ୍ୱ ଜଳ ଦିବସ ସାରା ପୃଥିବୀ ରେ ପାଳନ କରାଯାଉଅଛି । ଏହି ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ମଧୁରଜଳ ର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିବା । ୧୯୯୨ ମସିହା ରେ ମିଳିତ ଜାତିସଂଘ ର ରିଓ ଡି ଜେନେରୋ ରେ ଆୟୋଜିତ ପରିବେଶ ଓ ବିକାଶ ସମ୍ମିଳନୀ ରେ ବିଶ୍ୱ ଜଳ ଦିବସ ପାଳନ ନିମନ୍ତେ ବିଚାର କରାଯାଇଥିଲା ।

ସେହି ବର୍ଷ ମିଳିତ ଜାତିସଂଘ ର ସାଧାରଣ ଅଧିବେଶନରେ ଏକ ପ୍ରସ୍ତାବ ଦ୍ୱାରା  ୨୨ ମାର୍ଚ୍ଚ କୂ ବିଶ୍ୱ ଜଳ ଦିବସ ପାଳନ ନିମନ୍ତେ ଘୋଷଣା କରାଯାଇଥିଲା ଓ ଏହା ୧୯୯୩ ମସିହା ରୁ ପାଳନ କରାହେବ ବୋଲି ସ୍ଥିର କରାଯାଇଥିଲା। ବିଶ୍ୱ ଜଳ ଦିବସ ପାଳନ ର ପ୍ରମୁଖ ଉଦ୍ଦେଶ୍ୟ ଥିଲା ନିରନ୍ତର ବିକାଶ ର ଲକ୍ଷ୍ୟ ।  ୨୦୩୦ ସୁଦ୍ଧା ସମସ୍ତଙ୍କ ନିମନ୍ତେ ଜଳ ଓ ପରିମଳ ର ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା । 

ଏହି ବର୍ଷ ର ମୁଖ୍ୟ ବିଷୟ ହେଲା “ଭୁଗର୍ଭ ଜଳ: ଅଦୃଶ୍ୟକୁ ଦୃଶ୍ୟ କରିବା “।  ଭୁଗର୍ଭ ଜଳ ର ଉପସ୍ଥିତି ବିନା ଜୀବନ ଅସମ୍ବବ ଏବଂ ଏହା ଆମର ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଜଳ ର ମୁଖ୍ୟ ଉତ୍ସ । ଏଥି ସହିତ ଏହା ମଧ୍ୟ ଏକ ସୁସ୍ଥ ପରିବେଶ ଓ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି ରେ ସହାୟକ ହୋଇଥାଏ। ଭୁତଳ ଜଳର ସରକ୍ଷଣ ଓ ଏହାର ଅପବ୍ଯବହାର କୁ ରୋକିବା ଦ୍ୱାରା ଆମେ ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନ ଓ ଜନସଂଖ୍ୟା ବୃଦ୍ଧି ଯୋଗୁ ସୃଷ୍ଟି ହେବାକୁଥିବା ପରିସ୍ଥିତି କୁ ମୁକାବିଲା କରିପାରିବା । ବିଶ୍ୱ ରେ ଆଜିବି ୨.୨ ବିଲିୟନ ଲୋକ ନିରାପଦ ପାନୀୟ ଜଳ ପାଇବା ରୁ ବଞ୍ଚିତ, ଆମେ ଆଜିଠାରୁ ଯଦି ଏ ବିଷୟରେ ସଚେତନ ହେବା ତେବେ ଭବିଷ୍ୟତକୁ ଉତ୍କଟ ଜଳ ସମସ୍ୟାରୁ ରକ୍ଷା କରିପାରିବା ।