Home Administration ପିପିଲିରେ ଆଦର୍ଶ ଆଚରଣବିଧି ଲାଗୁ

ପିପିଲିରେ ଆଦର୍ଶ ଆଚରଣବିଧି ଲାଗୁ

ଭୁବନେଶ୍ୱର : ମହାମାରୀ କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ଥିବା ୧୧୦-ପିପିଲି ଉପନିର୍ବାଚନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଗତ ୦୪/୦୯/୨୦୨୧ରେ ପୁନଃବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ପରାମର୍ଶ କ୍ରମେ ନିର୍ବାଚନ ଆୟୋଗ ପିପିଲି ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି ।

ଏଥି ସହିତ ତା.୦୪/୦୯/୨୦୨୧ରିଖଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି ବୋଲି ନିର୍ବାଚନ ଆୟୋଗ ତାଙ୍କ ପ୍ରେସ୍‌ ନୋଟ୍‌ ସଂଖ୍ୟା ECI/PN/77/2021 ୦୪.୦୯.୨୦୨୧ରେ ବିଜ୍ଞପ୍ତି ଜାରି କରିଛନ୍ତି । ତଦନୁସାରେ ତା. ୩୦/୦୯/୨୦୨୧ରିଖ(ଗୁରୁବାର) ଦିନ ଭୋଟ ଗ୍ରହଣ କରାଯିବ ।

ସେହିପରି ତା. ୦୩/୧୦/୨୦୨୧ରିଖ ଦିନ (ସକାଳ ୭ ଘଟକାରୁ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ) ଭୋଟ ଗଣତି ହୋଇ ତା, ୦୫/୧୦/୨୦୨୧ରିଖ ଦିନ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ଉପନିର୍ବାଚନରେ କୋଭିଡ୍‌-୧୯ର ବିସ୍ତୃତ ନିର୍ଦ୍ଦେଶାବଳୀକୁ ସବୁସ୍ତରରେ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି ।