Home General ପାଳନ ହେବ ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ

ପାଳନ ହେବ ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ

ଭୁବନେଶ୍ୱର : ଗାନ୍ଧୀଜୀଙ୍କ ଓଡିଶା ଆଗମନକୁ ବର୍ଷେ ପୂରିବାକୁ ଯାଉଥିବାରୁ ରାଜ୍ୟ ସରକାର ଏହାକୁ ସ୍ମରଣୀୟ କରିବାପାଇଁ ବର୍ଷେବ୍ୟାପି ଶତବାର୍ଷିକୀ ଉତ୍ସବ ପାଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି ।

ଏ ସଂକ୍ରାନ୍ତରେ ସୂଚନା ଦେଇ ରାଜ୍ୟ ସରକାର ଦର୍ଶାଇଛନ୍ତି ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଚିରନ୍ତନ ସ୍ରୋତ । ଗାନ୍ଧୀଜୀ ୧୯୨୧ ରୁ ୧୯୪୭ ମଧ୍ୟରେ ୮ଥର ଓଡିଶା ଗସ୍ତ କରିଛନ୍ତି । ୧୯୨୧ ମାର୍ଚ୍ଚ ମାର୍ଚ୍ଚ ୨୩ ତାରିଖରେ ପ୍ରଥମ ଥର ପାଇଁ ଗାନ୍ଧୀଜୀ ଓଡିଶା ଆସି କାଠଯୋଡି ନଦୀବାଲିରେ ଆୟୋଜିତ ଏକ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ ।

ଓଡିଶାରେ ଗାନ୍ଧୀଜୀଙ୍କ ପ୍ରଥମ ପଦାର୍ପଣର ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବାପାଇଁ ୨୦୨୧ ମାର୍ଚ୍ଚ ୨୩ ତାରିଖରୁ ବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ରାଜ୍ୟ ସରକାରଙ୍କ ତରଫରୁ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ମହାସମାରୋହରୋ ପାଳନ କରାଯିବ ।

ମହାତ୍ମାଙ୍କ ନୀତି, ଆଦର୍ଶ ଏବଂ ସର୍ବୋପରି ‘ଅହିଂସା’ ମନ୍ତ୍ରରେ ଏହା ଓଡିଶାବାସୀଙ୍କୁ ଉଦ୍‍ବୁଦ୍ଧ କରିବା ସହିତ ଆମ ଯୁବପୀଢିକୁ ମହାତ୍ମାଙ୍କ ମହନୀୟତାରେ ଅବଗତ କରିବାରେ ବିଶେଷ ଭାବରେ ସହାୟକ ହେବ ।