Home Covid ପାଞ୍ଚ ଶହ ତଳେ କରୋନା

ପାଞ୍ଚ ଶହ ତଳେ କରୋନା

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫୦ ଦିନ ପରେ ପାଞ୍ଚ ଶହ ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜାନୁଆରୀ ୨ ତାରିଖରେ ୪୨୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରଠାରୁ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇ ଜାନୁଆରୀ ୧୯ତାରିଖରେ ସର୍ବୋଚ୍ଚ ୧୧,୬୦୭ ରେ ପହଞ୍ଚିଥିଲା ।

ଗତ ୨୪ଘଣ୍ଟା ମଧ୍ୟରେ ୪୯୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୭ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି । ଏହିସବୁ ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ ଓ କନ୍ଧମାଳରେ ୯ଜଣ କରି ଚିହ୍ନଟ ହୋଇଥିବାବେଳେ ପୁରୀରେ ୮ଜଣ, ନୂଆପଡାରେ ୭ଜଣ, ସୋନପୁର, ଢେଙ୍କାନାଳ, ଦେବଗଡରେ ୫ଜଣ କରି, ଜଗତ୍‍ସିଂହପୁରରେ ୪ଜଣ, ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି, ବୌଦ ଓ ଅନୁଗୁଳ ଜିଲ୍ଲାରେ ୩ଜଣ କରି, ବଲାଙ୍ଗିର, ଗଞ୍ଜାମ ଓ ନବରଙ୍ଗପୁରରେ ୨ଜଣ କରି ଏବଂ ବରଗଡ ଜିଲ୍ଲାରେ ମାତ୍ର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୯୬ଜଣ ଚିହ୍ନଟ ହୋଇଥିବାବେଳେ ରାୟଗଡା ଓ ଖୋରଧାରୁ ୪୫ଜଣ କରି, ସମ୍ବଲପୁରରୁ ୩୮, ଯାଜପୁରରୁ ୩୬, କଟକରୁ ୩୨, ଗଜପତିରୁ ୨୬, କୋରାପୁଟରୁ ୨୪, ମୟୁରଭଞ୍ଜରୁ ୧୮, ନୟାଗଡରୁ ୧୬, କେନ୍ଦ୍ରାପଡାରୁ ୧୨ ଓ ଝାରସୁଗୁଡାରୁ ୧୧ଜଣ ଚିହ୍ନଟ ହୋଇଛନ୍ତି ।

ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୮୨,୪୮୧ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୧୨,୬୭,୧୦୯ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ଏବେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩୦୮ ରହିଛି ।