Home Administration ପଶ୍ଚିମ ଓଡ଼ିଶା ପାଇଁ ୩ କୋଟି ୭୪ ଲକ୍ଷ ମଞ୍ଜୁର

ପଶ୍ଚିମ ଓଡ଼ିଶା ପାଇଁ ୩ କୋଟି ୭୪ ଲକ୍ଷ ମଞ୍ଜୁର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର କେତେକ ପ୍ରଶାସନିକ ମଞ୍ଜୁରିପ୍ରାପ୍ତ ଉନ୍ନୟନ କାର୍ଯ୍ୟ ସକାଶେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

ଏଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୫୨ଟି ପ୍ରକଳ୍ପ ପାଇଁ ସର୍ବାଧିକ ୧ କୋଟି ୮୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ଅର୍ଥରେ ଜିଲ୍ଲାରେ ବିଜୁଳି ଯୋଗାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ରାସ୍ତା ଓ ଗମନାଗମନ ବ୍ୟବସ୍ଥା ଓ କମୁ୍ୟନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ଆଦି ରହିଛି ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୪୭ ପ୍ରକଳ୍ପ ନିମନ୍ତେ ୧ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏଥିରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ସହ କମୁ୍ୟନିଟି ସେଣ୍ଟର ଓ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ।

ସମ୍ବଲପୁର ଜିଲ୍ଲାରେ ରାସ୍ତା ନିର୍ମାଣ ଓ ରାସ୍ତାର ଉନ୍ନତିକରଣ ନିମନ୍ତେ ୨୦ ଲକ୍ଷ, ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ୍‌ ସାହସପୁର ଗ୍ରାମପଞ୍ଚାୟତର ଧଉଳଟିକ୍ରାର ଆରଡ଼ି ରୋଡ଼ଠାରୁ ନୂଆ ସ୍କୁଲପଡ଼ା ଯାଏ ସିମେଣ୍ଟ କଂକ୍ରିଟ୍‌ ରୋଡ଼ ନିର୍ମାଣ ନିମନ୍ତେ ୫ ଲକ୍ଷ, ବଲାଙ୍ଗୀର ଜିଲ୍ଲା କଣ୍ଟାବାrି ନିର୍ବାଚନ ମଣ୍ଡଳୀରେ ଦୁଇଟି କମୁ୍ୟନିଟି ସେଣ୍ଟର ନିର୍ମାଣ ୫ ଲକ୍ଷ ଲେଖାଏଁ ଓ ଅନୁଗୋଳ ଜିଲ୍ଲାର ଅଁଳାବେରିନି ଓ ଷ„ପଲା-୨ଠାରେ ଥିବା ଉଠାଜଳସେଚନ ପଏଣ୍ଟର ଉନ୍ନତିକରଣ ନିମନ୍ତେ ୬ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରାଯିବ ବୋଲି ଜଣାପଡ଼ିଛି ।