Home Covid ପଶ୍ଚିମବଙ୍ଗ ସୀମା ସିଲ୍‍

ପଶ୍ଚିମବଙ୍ଗ ସୀମା ସିଲ୍‍

ଭୁବନେଶ୍ୱର : ପଶ୍ଚିମବଙ୍ଗରେ କରେନାର ମାରାତ୍ମକ ଟ୍ରିପିଲ ମ୍ୟୁଟାଣ୍ଟ ଭୂତାଣୁ ଚିହ୍ନଟ ପରେ ଓଡିଶାକୁ ଯେଭଳି ଏହା ନବ୍ୟାପେ ସେଥିପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସୀମା ସିଲ୍‍ କରିଛନ୍ତି । ବାଲେଶ୍ୱର ସୀମାରେ ଏଥିପାଇଁ ୪୪ଟି ଫାଟକ ନିର୍ମାଣ ସହିତ ୩ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଗାଡିକୁ ଉଦୟପୁର ଓ ଲକ୍ଷ୍ମଣନାଥ ଠାରେ କଡା ଯାଞ୍ଚ କରାଯାଉଛି । ସେହିଭଳି ଅନ୍ୟ ଗଳିରାସ୍ତା ଦେଇ ଯେଉଁମାନେ ଓଡିଶାକୁ ପ୍ରବେଶ କରୁଛନ୍ତି ସେମାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି । ଓଡିଶାକୁ ପ୍ରବେଶ କରୁଥିବା ଲୋକେ ଯଦି ୭୨ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟିପିସିଆରର ନେଗେଟିଭ ରିପୋର୍ଟ କିମ୍ବା କୋଭିଡ ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ଦେଖାଉଛନ୍ତି ତେବେ ସେମାନଙ୍କୁ ଛଡା ଯାଉଛି ।

ଯେଉଁମାନଙ୍କ ନିକଟରେ ଏହି ଦୁଇଟି ପ୍ରମାଣପତ୍ର ନାହିଁ ସେମାନଙ୍କର ତତ୍କାଳ ଆଣ୍ଟିଜେନ୍‍ ପରୀକ୍ଷା ସହିତ ୧୪ଦିନ ପାଇଁ ସଂଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଉଛି ।

କେବଳ ବାଲେଶ୍ୱର ନୁହେଁ, ପଶ୍ଚିମବଙ୍ଗକୁ ଲାଗିଥିବା ମୟୁରଭଞ୍ଜର ସୀମାକୁ ମଧ୍ୟ ରାଜ୍ୟ ସରକାର ଏକ ପ୍ରକାର ସିଲ୍‍ କରିଛନ୍ତି । ଜାମଶୋଳା ଠାରେ କଡା ଯାଞ୍ଚ ହେବା ସହିତ ଅନ୍ୟ ଗଳି ରାସ୍ତାରେ ବି ଫାଟକ ନିର୍ମାଣ ହୋଇଛି । କୌଣସି ବ୍ୟକ୍ତିଙ୍କୁ ଓଡିଶା ଭିତରକୁ ଛଡାଯାଉନାହିଁ । ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୧୪ଦିନ ସଂଗରୋଧରେ ରଖିବା ବାଧ୍ୟତାମୂଳକ କରାଯାଇଛି ।

ପଶ୍ଚିମବଙ୍ଗରୁ ଯେଉଁମାନେ ରେଳ ଯୋଗେ ଓଡିଶାକୁ ପ୍ରବେଶ କରୁଛନ୍ତି ବିଭିନ୍ନ ଷ୍ଟେସନରେ ସେମାନଙ୍କ ଉପରେ କଡା ନଜର ରଖାଯାଇଛି । ବିଶେଷକରି ଭୁବନେଶ୍ୱର ଓ ପୁରୀ ଷ୍ଟେସନରେ ବଙ୍ଗ ଫେରନ୍ତାଙ୍କ ଯାଞ୍ଚ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।