Home Administration ପରିମଳ ଓ ଜାଗା ମିଶନକୁ ଗୁରୁତ୍ୱ

ପରିମଳ ଓ ଜାଗା ମିଶନକୁ ଗୁରୁତ୍ୱ

ଭୁବନେଶ୍ୱର : ସହରାଂଚଳରେ ପରିମଳ ଓ ଜାଗା ମିଶନ ଉପରେ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ପରାମର୍ଶ ଦେଇଛନ୍ତି । ଆଜି ୬ ଗୋଟି ଜିଲ୍ଲା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର ସମସ୍ତ ଏନ୍‌.ଏ.ସି ଏବଂ ପୌରପାଳିକା ଗୁଡିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ସଂପର୍କରେ ସମୀକ୍ଷା କରିଛନ୍ତି ।

ନିଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରମୁଖ ସଚିବ ପରାମର୍ଶ ଦେଇଛନ୍ତି । ପୈାରପରିଷଦର ଅଧିକାରୀ ମାନେ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଓ ଦକ୍ଷତା ପ୍ରଦର୍ଶନ କରି ସହରାଚଂଳ ଗୁଡିକର ବିକାଶ ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି । କର୍ତବ୍ୟରେ ଅବହେଳା , ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ନକରିବା ଆଦିକୁ ଗୁରୁତର ସହ ବିଚାରକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ତକ କରେଇଦେଇଛନ୍ତି ।

ଜାଗା ମିଶନ, ମାଇକ୍ରୋ କମ୍ପୋଷ୍ଟିଙ୍ଗ କ୍ଷେତ୍ରକୁ କାର୍ଯ୍ୟକାରୀ କରାଯିବା, ସାମଗ୍ରି ଅସୁଲି ସୁବିଧା ଉପଲବ୍ଧ କରାଯିବା ,ପାନୀୟ ଜଳ ଯୋଗାଣ, ସ୍ମାର୍ଟ ଷ୍ଟିଟ୍ ଲାଇଡ଼ ଏବଂ ଜୀବିକା ମିଶନ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି । କାର୍ଯ୍ୟକାରୀ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ , ସୁପରିଚାଳନା ଓ ଧାର୍ଯ୍ୟ ଲକ୍ଷ ହାସଲ କରିବା ଦିଗରେ ବିହିତ ପ୍ରଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ବୈଠକରେ ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଆରୋପ କରାଯାଇ ପୈାରପରିଷଦ ଗୁଡ଼ିକ ନିଜର ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରିବା ସାଙ୍ଗକୁ ପ୍ରଦତ ଅର୍ଥର ବିନିଯୋଗ ଓ ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିମଳ ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।