Home Administration ପରାଗ ଗୁପ୍ତା ଓଏଫ୍‍ଡିସି ଅଧ୍ୟକ୍ଷ

ପରାଗ ଗୁପ୍ତା ଓଏଫ୍‍ଡିସି ଅଧ୍ୟକ୍ଷ

ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରି ନିଯୁକ୍ତି ଅପେକ୍ଷାରେ ଥିବା ୧୯୮୮ ବ୍ୟାଚ୍‍ ଆଇଏଏସ୍‍ ପରାଗ ଗୁପ୍ତାଙ୍କୁ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ସେହିଭଳି ୧୯୯୩ ବ୍ୟାଚ୍‍ ଆଇଏଏସ୍‍ ସୁରେନ୍ଦ୍ର କୁମାରଙ୍କୁ ଓଡିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ କୁମାର ଏବେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ସହିତ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଅତିରିକ୍ତ ଦାୟିତ୍ୱରେ ତୁଲାଉଥିଲେ ।

୧୯୯୪ ବ୍ୟାଚ୍‍ ଆଇଏଏସ୍‍ ଜି.ମାଥିଭାଥନନଙ୍କୁ ଅତିରିକ୍ତ ଭାବେ ସିଡିଏ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଶ୍ରୀ ମାଥିଭାଥନନ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସହିତ ସଂସଦୀୟ ବିଭାଗ ଦାୟିତ୍ୱ ତୁଲାଉଛନ୍ତି ।

୨୦୧୦ ବ୍ୟାଚ ଆଇଏଏସ୍‍ ମାନସୀ ନିମ୍ଭାଲଙ୍କୁ ଓଏସ୍‍ଏଏମ୍‍ ବୋର୍ଡର ସଦସ୍ୟ ସଚିବ ଭାବେ ନିଯୁକ୍ତି ମିଳିଛି । ସୁଶ୍ରୀ ନିମ୍ଭାଲ ନୂତନ ଦାୟିତ୍ୱ ସହିତ ଟିଡିକଲ ଏମ୍‍ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦିଆଯାଇଛି । ଡକ୍ଟର ବିଜୟ ଏବେ ଯୋଜନା ଓ ସଂଯୋଜନ ବିଭାଗର ଉପ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

LEAVE A REPLY

Please enter your comment!
Please enter your name here