Home Administration ପଦୋନ୍ନତି ପାଇଁ ପଦକ୍ଷେପ ନିଅ

ପଦୋନ୍ନତି ପାଇଁ ପଦକ୍ଷେପ ନିଅ

୨୦୨୧ ବର୍ଷର ବିଭିନ୍ନ ପଦୋନ୍ନତି ପାଇଁ ସମସ୍ତ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟଭାଗ ସୁଦ୍ଧା ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ କର୍ମ·ରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାରମ୍ବାର ହେଉଥିବା ଅହେତୁକ ବିଲମ୍ବକୁ ଦୃଷ୍ଟିରେ ରଖି ମୁଖ୍ୟ ସଚିବ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ସରକାରୀ କର୍ମ·ରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାରମ୍ବାର ହେଉଥିବା ବିଲମ୍ବ ସରକାରଙ୍କ ଦୃଷ୍ଟିକୁ ଆସିବା ପରେ କର୍ମ·ରୀଙ୍କ ପଦୋନ୍ନତି ପାଇଁ ତତ୍ପରତାର ସହିତ ପଦକ୍ଷେପ ନେବା ପାଇଁ ଗତ ବର୍ଷ ବିଭିନ୍ନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ତଦନୁଯାୟୀ ଗତବର୍ଷ ପଦୋନ୍ନତି ପାଇଁ ବିଭିନ୍ନ ସ୍ତରରେ ତତ୍ପରତା ଦେଖାଯାଇଥିଲା । ପଦୋନ୍ନତି ଅଦାଲତ ମଧ୍ୟ ଗଠନ କରାଗଲା । କେତେକାଂଶରେ କର୍ମ·ରୀମାନେ ଆଶ୍ୱସ୍ତ ହେଲେ । କିନ୍ତୁ ଚଳିତ ବର୍ଷ ପଦୋନ୍ନତି କ୍ଷେତ୍ରରେ ପୂର୍ବପରି ବିଳମ୍ବ ଦେଖାଗଲା ।

ରାଜ୍ୟ ପ୍ରଶାସନିକ ସେବା ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ସେବା, ସଚିବାଳୟ ସେବା ପରି ଅନେକ ସେବାରେ ଚଳିତ ବର୍ଷ ଠିକ ସମୟରେ କର୍ମ·ରୀ ପଦୋନ୍ନତି ପାଇପାରିଲେ ନାହିଁ । ସଚିବାଳୟ ସେବାରେ ଏବର୍ଷ ଜାନୁୟାରୀ ମାସ ବଦଳରେ ଜୁନ, ଜୁଲାଇ, ସେପ୍ଟେମ୍ବର ମାସରେ ପଦୋନ୍ନତି ପ୍ରକ୍ରିୟା ଅ।।ରମ୍ଭ କରଯାଇଥିଲା । ଏପରି ବିଳମ୍ବ ପାଇଁ କେତେକ କର୍ମ·ରୀ ବିନା ପଦୋନ୍ନତିରେ ·କିରିରୁ ଅବସର ନେବାକୁ ବାଧ୍ୟ ହେଉଛନ୍ତି ।

କର୍ମ·ରୀମାନଙ୍କ କହିବା ଅନୁଯାୟୀ, ଅଧିକାରୀମାନେ ବିଭିନ୍ନ ସମୟରେ ବିଭିନ୍ନ ଆଳ ନେଉଥିବାରୁ ପଦୋନ୍ନତି ଠିକ ସମୟରେ ନହୋଇ ଏଥିରେ ବିଳମ୍ବ ହୋଇଥାଏ । କେବେ ବରିଷ୍ଠତା ତାଲିକା ସଂଶୋଧନର କଥା କୁହାଯାଉଥିବା ବେଳେ କେବେ ପୂର୍ବ ବର୍ଷର ତାଲିକାରେ ଥିବା ସମସ୍ତ ଯୋଗ୍ୟ ପ୍ରାର୍ଥୀ ପଦୋନ୍ନତି ପାଇନଥିବା କଥା କୁହାଯାଏ । ଏପରିକି ଆବଶ୍ୟକ କାଗଜାତ ସଂଗ୍ରହ କରାଯାଇ ପାରିନଥିବା ଦର୍ଶାଯାଏ । ଏସବୁ ପାଇଁ ପଦୋନ୍ନତି ସଂକ୍ରାନ୍ତରେ ଥିବା ନିୟମାବଳୀ ତା’ର ମୂଳ ଲକ୍ଷ୍ୟଠାରୁ ଦୂରେଇଯାଇଥାଏ ବୋଲି ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ସ୍ମାରକ ପତ୍ରରେ ଉଲ୍ଲେଖ କରିଥିଲେ ।

ଏହା ସାଙ୍ଗକୁ ସେ ନିୟମର ସଠିକ ବ୍ୟାଖ୍ୟା କରିବା ଓ ସମୟ ପୂର୍ବରୁ କମିଟିର ବୈଠକ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ବର୍ଷର ଅବଧି, ଖାଲିପଡୁଥିବା ପଦବୀର ଆକଳନ, ପୂର୍ବ ବର୍ଷ ପ୍ରସ୍ତୁତ ତାଲିକାର ବୈଧତା ଏବଂ ପଦୋନ୍ନତି କମିଟି ବସିବାର ସମୟ ପ୍ରଭୁତି ସବୁକିଛି ସ୍ପଷ୍ଟ ଭାବେ ନିୟମରେ ଉଲ୍ଲେଖ ଥିଲେ ହେଁ, ଠିକ ସମୟରେ ପଦୋନ୍ନତି ନଦେବା ଏକ ଅସୁସ୍ଥ ପରମ୍ପରା ବୋଲି ସଚିବାଳୟର କେତେକ ଅଧିକାରୀ ମତ ରଖିଛନ୍ତି ।

ସଚିବାଳୟ ସେବା ସଂଘର ଏହି ସ୍ମାରକ ପତ୍ରକୁ ବି·ରକୁ ନେଇ ୨୦୨୧ ବର୍ଷ ଲାଗି ବିଭିନ୍ନ ପଦୋନ୍ନତି ପାଇଁ ସମସ୍ତ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟଭାଗ ସୁଦ୍ଧା ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହା ହୋଇ ପାରିଲେ ରାଜ୍ୟ କର୍ମଚାରୀମାନେ ପଦୋନ୍ନତି ଠିକ ସମୟରେ ପାଇପାରିବେ ଓ କୌଣସି ଯୋଗ୍ୟ ପ୍ରାର୍ଥୀ ବିନା ପଦୋନ୍ନତିରେ ନିରାଶ ହୋଇ ଚାକିରିରୁ ଅବସର ନେବେ ନାହିଁ ।