Home Agriculture ପଣସ ମିଶନ ପାଇଁ ୯୭କୋଟି

ପଣସ ମିଶନ ପାଇଁ ୯୭କୋଟି

ଭୁବନେଶ୍ୱର : ରାଜ୍ୟର ନଅଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ପଣସ ମିଶନରେ ଆଗାମୀ ୫ବର୍ଷ ମଧ୍ୟରେ ୯୭.୧୬ କୋଟି ଟଙ୍କା ବ୍ୟୟ ପାଇଁ ସ୍ଥିର ହୋଇଛି । ପଣସ ମିଶନ ପାିଁ ୩୦ ହେକ୍ଟରରେ ଚାରା ଉତ୍ପାଦନ କେନ୍ଦ୍ର ସ୍ଥାପନ ହୋଇଛି ।

କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନିପତିଙ୍କ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପଣସ ମିଶନରେ ମୁଖ୍ୟତଃ ଏକତ୍ରୀକରଣ, ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତ, କ୍ଷେତ୍ର ସମ୍ପ୍ରସାରଣ, ଚାଷୀ ସମଷ୍ଟିକୁ ଉତ୍ପାଦନ ଗୋଷ୍ଠି ଏବଂ କୃଷକ ଉତ୍ପାଦନ ଗୋଷ୍ଠି ରୂପେ ରୂପାନ୍ତରଣ, ଅଂଶଦାରମାନଙ୍କ ତାଲିମ, ଦକ୍ଷତା ଏବଂ କୌଶଳ ବୃଦ୍ଧି, ଟେକ୍ନୋ ଇନକ୍ୟୁବେସନ କେନ୍ଦ୍ର ସ୍ଥାପନ ସହ ବଜାର ବ୍ୟବସ୍ଥା ଉପରେ କେନ୍ଦ୍ରୀଭୂତ କରାଯିବ ।

ଚଳିତ ବର୍ଷ ୨୦୦ ହେକ୍ଟର କ୍ଷେତ୍ର ସମ୍ପ୍ରସାରଣ ଏବଂ ୩୦ ହେକ୍ଟର ଚାରା ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଛିା କେନ୍ଦୁଝର, କନ୍ଧମାଳ ଓ କୋରାପୁଟରେ ୩ଟି ଟେକ୍ନୋ ଇନକ୍ୟୁବେସନ କେନ୍ଦ୍ର ପ୍ରତିଷ୍ଠାର ଯୋଜନା ରହିଛି । (ତଥ୍ୟ)