Home Agriculture ପଡୋଶୀଙ୍କୁ ପନି ପରିବା ଯୋଗାଉଛି ଓଡିଶା

ପଡୋଶୀଙ୍କୁ ପନି ପରିବା ଯୋଗାଉଛି ଓଡିଶା

ଭୁବନେଶ୍ୱର : ଓଡିଶାରୁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡକୁ ପନିପରିବା ଯୋଗାଣ ହେଉଛି । ଏହିସବୁ ସାମଗ୍ରୀ ମଧ୍ୟରେ କନ୍ଦମୂଳ, ବାଇଗଣ, ବିଲାତି ବାଇଗଣ, ବନ୍ଧାକୋବି, ଫୁଲକୋବି, ବୋଇତିକଖାରୁ ଓ ଭେଣ୍ଡି ଆଦି ରହିଛି ।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଓଡିଶା ଉପରୋକ୍ତ ପନିପରିବା ପଡୋଶୀ ରାଜ୍ୟଗୁଡିକୁ ଯୋଗାଉଥିବାବେଳେ ଆଳୁ, ପିଆଜ, ରସୁଣ, ଗାଜର, କ୍ୟାପିସିକମ୍‍, କଦଳୀ ଆଦି ଉତ୍ପାଦନରେ ଆମ ରାଜ୍ୟ ପଛରେ ପହିଛି । ଏହି ନିଅଣ୍ଟିଆ ଅବସ୍ଥାକୁ ଦୂର କରିବାପାଇଁ ରାଜ୍ୟ ଯୋଜନାରେ ଆଳୁ, ପିଆଜ, ରସୁଣ ଏବଂ ରାଷ୍ଟ୍ରୀୟ କୃଷି ମିଶନ ଯୋଜନାରେ କଦଳୀ, ଶଙ୍କରଜାତୀୟ ପନିପରିବା ଚାଷ ପାଇଁ ରିହାତି ଯୋଗାଯାଉଛି ।

ତେବେ ମନ୍ତ୍ରୀ ଗୃହରେ ରଖିଥିବା ଉତ୍ତରରୁ ଜଣାଯାଇଛି ଯେ ଧାନ ଉତ୍ପାଦନକୁ ବାଦ୍‍ ଦେଲେ ଡାଲି, ତୈଳବୀଜ ଆଦି ଉତ୍ପାଦନ କ୍ଷେତ୍ରରେ ଓଡିଶା ଢେର ପଛରେ ପଡିଛି । ୨୦୧୯-୨୦ ବର୍ଷରେ ଓଡିଶାରେ ୨୮ଲକ୍ଷରୁ ଅଧିକ ମେଟ୍ରିକ ଟନ୍‍ ଚାଉଳ ଉତ୍ପାଦନ ହୋଇଥିବାବେଳେ ଡାଲିଜାତୀୟ ଫସଲ କ୍ଷେତ୍ରରେ ୧.୮୦ଲକ୍ଷ ମେଟ୍ରିକ ଟନ୍‍ ଓ ତୈଳବୀଜ କ୍ଷେତ୍ରରେ ୧୭.୭୨ଲକ୍ଷ ମେଟ୍ରିକ ଟନ୍‍ କମ୍‍ ଉତ୍ପାଦିତ ହୋଇଥିଲା । (ତଥ୍ୟ)

LEAVE A REPLY

Please enter your comment!
Please enter your name here