Home News in Odia ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସର ସାଂଗଠନିକ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସର ସାଂଗଠନିକ ନିର୍ବାଚନ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପରେ ରାଜ୍ୟ କଂଗ୍ରେସର ସାଂଗଠନିକ ନିର୍ବାଚନ ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଛନ୍ତି ଯେ ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ । ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀ ମାନେ ପ୍ରତି ବୁଥରେ ଶତାଧିକ ସଭ୍ୟସଂଗ୍ରହ କରିବେ ।

ସେ କହିଛନ୍ତି ଯେ କଂଗ୍ରେସର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି । କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷଭାବେ ପୂର୍ବତନ ସାଂସଦ ଶ୍ରୀ ମଧୁସୂଦନ ମିସ୍ତ୍ରିଙ୍କୁ ଦଳପକ୍ଷରୁ ନିଯୁକ୍ତି ଦିଆଯାଇଛି । ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଜ ଡାଙ୍ଗି ଓଡ଼ିଶା ପ୍ରଦେଶର ପ୍ରଦେଶ ରିଟରର୍ଣ୍ଣି ଅଫିସର ଭାବେ ନିଯୁକ୍ତି ପାଇଛନ୍ତି ।

ଶ୍ରୀ ଡାଙ୍ଗି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ଓ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ବ୍ଲକ ପାଇଁ ବ୍ଲକ ରିଟର୍ଣ୍ଣିଂ ଅଫିସର ଓ ଜିଲ୍ଲାପାଇଁ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯିବ । କଂଗ୍ରେସ ତରଫରୁ ସଭ୍ୟସଂଗ୍ରହ କ୍ଷେତ୍ରରେ ଡିଜିଟାଲ ମାଧ୍ୟମକୁ ଉପଯୋଗ କରିବାର ଥିଲା । କିନ୍ତୁ ରାଜ୍ୟର ସମସ୍ତ ଅଂଚଳରେ ଇଂଟରନେଟ ସୁବିଧା ଉପଲବ୍ଧ ନାହିଁ । ତେଣୁ ଉଭୟ ଡିଜିଟାଲ ଓ ଅଫଲାଇନ ବ୍ୟବସ୍ଥା ମାଧ୍ୟମରେ ସଭ୍ୟ ସଂଗ୍ରହ କରାଯିବ ।

ପୁନଶ୍ଚ ଶ୍ରୀ ବାବୁ ଚଳିତ ପଂଚାୟତ ନିର୍ବାଚନ ସଂପର୍କରେ କହିଲେ ଯେ ରାଜ୍ୟରେ ଥିବା ବିଜେଡ଼ି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ବିରୋଧରେ ବ୍ୟାପକ ଜନଅସନ୍ତୋଷ ଓ ଆକ୍ରୋଷ ସୃଷ୍ଟି ହୋଇଛି । ଲୋକେ ଉଭୟଙ୍କୁ ପ୍ରତ୍ୟାଖାନ କରି କଂଗ୍ରେସ ଦଳକୁ ସମର୍ଥନ କରିବେ ଓ ପଂଚାୟତ ନିର୍ବାଚନରେ ତା’ର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।