ଭୁବନେଶ୍ୱର : ଓଡିଶାର ୨୫ ପ୍ରତିଶତ ପଞ୍ଚାୟତ ଏବେ ଅନ୍ଲାଇନ୍ ଅଡିଟର ସମ୍ମୁଖୀନ ହେବେ । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ଗ୍ରହଣ କରିବାପରେ ରାଜ୍ୟ ସରକାର ଏଥିପାଇଁ ସହମତି ପ୍ରଦାନ କରିଛନ୍ତି ।
କେନ୍ଦ୍ର ପଞ୍ଚାୟତି ରାଜ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଚନ୍ଦ୍ର ଶେଖର କୁମାର ଇତି ମ୍ମରେ ଦେଶର ୨ଲକ୍ଷ ୭୦ହଜାର ଗ୍ରାମପଞ୍ଚାୟତମାନଙ୍କର ଅନଲାଇନ୍ ଅଡିଟ କାର୍ଯ୍ୟକ୍ରମ ସକାଶେ ଚିଠା ପ୍ରସ୍ତୁତ କରିଥିବା ଜଣାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୫ପ୍ରତିଶତ ଗ୍ରାମପଞ୍ଚାୟତର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଅଡିଟର ପରିସରଭୁକ୍ତ କରାଯିବା ସକାଶେ ପଦକ୍ଷେପ ଗ୍ରହଣ କରାଯାଉଛି ।
କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିଶନର ମାର୍ଗଦର୍ଶିକାକୁ ଅବଲମ୍ବନ କରି ପଞ୍ଚାୟତ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବାପାଇଁ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯାଇଥିଲା । ଓଡିଶା ସମେତ ସଂଖ୍ୟାଧିକ ରାଜ୍ୟ ଏଥିରେ ସହମତି ପ୍ରଦାନ କରିବାପରେ ସେହି ପ୍ରକ୍ରିୟା ଆରମ୍ଭ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ୨୦୧୯-୨୦ ବର୍ଷ ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନର ସୁପାରିଶ୍ ବଳରେ ଯେଉଁ ଅନୁଦାନ କରାଯାଇଛି ତାହାର ଅଡିଟ୍ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦-୨୧ ବର୍ଷରେ ସମସ୍ତ ପଞ୍ଚାୟତିରାଜ ସଂସ୍ଥାଗୁଡିକର ଅଡିଟ୍ କରାଯିବ ।
ଦେଶରେ ୨ଲକ୍ଷ ୭୦ହଜାର ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥା ରହିଥିବା ଯୋଗୁଁ ଏଗୁଡିକର ଅଡିଟ୍ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପଦକ୍ଷେପ ନିଆଯାଉଛି । ଇତି ମ୍ମରେ ୨,୪୨,୮୯୮ଗୋଟି ସଂସ୍ଥାରେ ଅଡିଟ୍ କରାଯିବା ପାଇଁ ପଞ୍ଜିକରଣ କରାଯାଇଥିବାବେଳେ ଏଥି ସକାଶେ ୭୪୫୭ ଅଡିଟରଙ୍କୁ ପଞ୍ଜିକୃତ କରାଯାଇଛି । ଇତି ମ୍ମରେ ୧,୨୫,୨୧୩ଟି ପଞ୍ଚାୟତ ସେମାନଙ୍କର ଅଡିଟ୍ ଯୋଜନା ପ୍ରସ୍ତୁତ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ୧୦,୪୦,୭୯୧ ଅଡିଟ୍ ପର୍ଯ୍ୟବେକ୍ଷଣ ରେକର୍ଡ କରାଯାଇଛି ଏବଂ ୯୪,୩୧୨ଟି ଅଡିଟ୍ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ସଦ୍ୟତମ ସମୀକ୍ଷାରୁ ଜଣାପଡିଛି । ଓଡିଶା ସମେତ ୨୧ଟି ରାଜ୍ୟ ସେମାନଙ୍କର ୨୫ ପ୍ରତିଶତ ଗ୍ରାମପଞ୍ଚାୟତରେ ଅନ୍ଲାଇନ୍ ଅଡିଟ୍ ପାଇଁ ତାଲିକାଭୁକ୍ତ କରିଛନ୍ତି । ସେହିସବୁ ରାଜ୍ୟଗୁଡିକ ହେଲା – ଓଡିଶା, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ସିକ୍କିମ୍, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ।
ଉଲ୍ଲେଖ କରାଯାଇପାରେ ଯେ ତେଲେଙ୍ଗାନା ଏ କ୍ଷେତ୍ରରେ ସବୁଠାରୁ ଆଗୁଆ ରାଜ୍ୟ ଭାବରେ ସ୍ଥାନ ଅଧିକାର କରିଛି । କାରଣ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦିଷ୍ଟ ସମୟସୀମା ମ୍ମରେ ଏହି ରାଜ୍ୟ ୪୦ ପ୍ରତିଶତ ପଞ୍ଚାୟତର ଅଡିଟ୍ କରାଇବାପାଇଁ ପଞ୍ଜିକୃତ କରିଥିବା ଜଣାଯାଇଛି । (ତଥ୍ୟ)