Home Administration ନୂଆ କମିଶନରଙ୍କ ୧୯୨୯ କେନ୍ଦ୍ର ପରିଦର୍ଶନ

ନୂଆ କମିଶନରଙ୍କ ୧୯୨୯ କେନ୍ଦ୍ର ପରିଦର୍ଶନ

ଭୁବନେଶ୍ୱର : ନୂତନ ଭାବେ ଯୋଗ ଦେଇଥିବା ବିଏମସି କମିଶନର ସଞ୍ଜୟ କୁମାର ସିଂହ ଆଜି ଭୁବନେଶ୍ୱର ସ୍ମାର୍ଟ୍ ସିଟି ଲିମିଟେଡରେ ଅହୋରାତ୍ର ହେଲ୍ପଲାଇନ୍ ୧୯୨୯ କେନ୍ଦ୍ର ପରିଦର୍ଶନ କରି ଏହାର ସେବାକୁ ତ୍ୱରାନ୍ୱିତ୍ୱ କରିବାକୁ ନିର୍ଦେଶ ଦେଇଛନ୍ତି ।

ଏହି ୧୯୨୯ କେନ୍ଦ୍ରକୁ ପ୍ରସାରିତ କରିବା ଦିଗରେ କମିଶନର ଜାଣିବାକୁ ଚାହିଁଥିଲେଯେ, ଇନକମିଙ୍ଗ୍ କଲ୍ , ଆଉଟ୍ ଗୋଇଙ୍ଗ୍ କଲ୍ ଏବଂ ଡାକ୍ତରଙ୍କ ପରାମର୍ଶ ସେବା ନିମନ୍ତେ ପାଇଁ କେତୋଟି ୱାର୍କ୍ ଷ୍ଟେସନ୍ କାର୍ଯ୍ୟ କରୁଛି । ତେବେ ବର୍ତମାନ ୧୯୨୯ କେନ୍ଦ୍ର ଉପରେ ରହିଥିବା ଚାପକୁ ଭିତି କରି ଏଥିରେ ବର୍ତମାନ ଥିବା ୨୫ ଟି ସାଙ୍ଗକୁ ଆଉ ୫ଟି ୱାର୍କ୍ ଷ୍ଟେସନ୍ ଯୋଗ କରିବାକୁ କମିଶନର କହିଥିଲେ ।

କମିଶନରଙ୍କ ନିର୍ଦେଶକ୍ରମେ ଡାକ୍ତର ଏବଂ କଲ୍ ସେଂଟର୍ କାର୍ଯ୍ୟନିର୍ବାହୀମାନଙ୍କପାଇଁ ବିଶ୍ରାମ ନେବା ବ୍ୟବସ୍ଥା ରହିବ ଯାହାକି ସେବା ପ୍ରଦାନକାରୀଙ୍କୁ ଅହୁରି ସେବାଯୋଗାଣରେ ଉତ୍ସାହିତ କରିବ । ପୁନଶ୍ଚ କମିଶନର କହିଛନ୍ତି ଯେ, ବିଏସ୍‌ସିଏଲ୍ କାର୍ଯ୍ୟାଳୟରେ ଥିବା ୧୯୨୯ ସେଂଟରରେ କାର୍ଯ୍ୟକରୁଥିବା ଏକଜେକ୍ୟୁଟିଭ୍ ଦୁଇଭାଗ ହୋଇ ଆସନ୍ତାକାଲିଠାରୁ ଦୁଇଟି ଭିନ୍ନ ଭିନ୍ନ କୋଠରୀରେ ପୁଅ ଏବଂ ଝିଅ ଙ୍କ ବିଶ୍ରାମ ବ୍ୟବସ୍ଥା ହେବ ଫଳରେ ସେମାନ ସୁରୁଖୁରୁରେ କାମକରିବାର ସୁବିଧା ପାଇବେ । ସେଂଟର୍ ଗୁଡିକରେ ଯେପରି ଖୁବ୍ କମ୍ କଲ୍ ଡ୍ରପ୍ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସୂଚାଇଛନ୍ତି କମିଶନର ।

ବିଏସସିଏଲ୍ ଦ୍ୱାରା ସମସ୍ତ କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେକ୍ସ ରଖାଯିବାର ଯୋଜନା କରାଯାଉଛି ।ଏହା ରୋଗୀଙ୍କ ପରିବାର ସଦସ୍ୟ ଏବଂ ସଂପୃକ୍ତ ହସ୍ପିଟାଲ୍ ମଧ୍ୟରେଥିବା ଦୂରତ୍ୱକୁ କମାଇବା ସହିତ ଉତମ ବୁଝାମଣା ସୃଷ୍ଟି କରିବ । ତେବେ ଏହି ହେଲ୍ୱ୍ ହେକ୍ସ ପାଇଁ ସମ୍ ପାଇଁ ୬ଟି,କିମ୍ସ ପାଇଁ ୫ଟି, ହାଇଟେକ୍ ପାଇଁ ୩ଟି ଆଦିତ୍ୟ ଅଶ୍ୱିନି ଓ ବ୍ଲୁହୁଇଲ୍ ପାଇଁ ୧ଟି ଲେଖାଏଁ ହେଲ୍ପ ଡେକ୍ସ ଏକ୍‌ଜେକ୍ୟୁଟିଭ୍ ନିୟୋଜିତ କରାଯିବ ।

ହେଲ୍ପ ଡେକ୍ସରେ ଥିବା ଏକ୍‌ଜେକ୍ୟୁଟିଭମାନେ ରୋଗୀଙ୍କ ପରିବାରକୁ ନିୟମିତ ସୂଚନାଦେଇ ପାରିବେ ଏବଂ ସେମାନଙ୍କୁ ସ୍ମାର୍ଟ୍ ଫୋନ୍ ଯୋଗାଇ ଦିଆଯିବ । ଏହାସାଙ୍ଗକୁ ଡାକ୍ତର ମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ସକାଳ ଏବଂ ଦ୍ୱିପ୍ରହର ସିଫ୍ଟ୍‌ରେ ସାତଜଣ ଲେଖାଁଏ ଏବଂ ରାତ୍ରିରେ ୪ ଜଣ ଲେଖାଏଁ ରହିବେ । ଏପର୍ଯ୍ୟନ୍ତ ସମୁଦାୟ ୩୫୦୬୮ ଟି କଲ୍ ଯାଇଥିବାବେଳ ୩୧୩୩୪ ଟି କଲ୍ ଆସିଛି ଏବଂ ୮୫୫୧ ଟି ପରାମର୍ଶ ଦିଆଯାଇଛି ।