Home Administration ନୂଆବର୍ଷରେ ଆଇଏଏସଙ୍କୁ ପଦୋନ୍ନତି

ନୂଆବର୍ଷରେ ଆଇଏଏସଙ୍କୁ ପଦୋନ୍ନତି

ଭୁବନେଶ୍ୱର: ନୂଆବର୍ଷ ୨୦୨୪ ପୂର୍ବରୁ ରାଜ୍ୟ ସରକାର ୨୦୧୧ ବ୍ୟାଚ୍ର ୧୭ ଜଣ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ପଦୋନ୍ନତି ଦେଇଛନ୍ତି।

ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପାନୀୟ ଜଳ ପରିମଳ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ଆଇଏଏସ୍ ରେ ପେ ମେଟ୍ରିକ୍ସର ଲେବଲ୍-୧୩ରେ ସିଲେକ୍ସନ ଗ୍ରେଡକୁ  ପଦୋନ୍ନତି ଦିଆଯାଇଛି

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି, କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଆଇଏଏସ୍ ରେ ପେ ମେଟ୍ରିକ୍ସର ଲେବଲ-୧୩ରେ ସିଲେକ୍ସନ ଗ୍ରେଡକୁ ପଦୋନ୍ନତି ମିଳିଛି

ସେହିପରି ପଦୋନ୍ନତି ପାଇଥିବା ଆଇଏଏସ୍ ଅଫିସର ସୁସମାରାଣୀ ଦେବୀ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗଅତିରିକ୍ତ ସଚିବ ସୁସମାରାଣୀ ଦେବୀ, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ନିର୍ଦେଶକ ଦିଲୀପ ରାଉତରାୟ, ଏକତ୍ରୀକରଣ ବସ୍ତି କମିଶନର ସୂର୍ଯ୍ୟ ମାଧବ ପାଣିଗ୍ରାହୀ, ଓଏମ୍ବିଏଡିସିର ମହାପ୍ରବନ୍ଧକ ସୁଧାକର ବୁର୍ଗି, ସମବାୟ ସମିତିର ରେଜିଷ୍ଟ୍ରାର ଉଦ୍ଧବ ଚନ୍ଦ୍ର ମାଝୀ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଜ୍ୟୋତି କୁମାର ଲାକ୍ରାଙ୍କୁ ମଧ୍ୟ ଏହି ପାହ୍ୟାକୁ ପଦୋନ୍ନତି ମିଳିଛି

ସେହିପରି ରାଜ୍ୟ କ୍ୟାଡର ଆଇଏଏସ୍ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ, ଅନୁସୂଚିତ ଜନଜାତି ନିର୍ଦେଶକ ସୁବ୍ରତ ଶତପଥୀ, ରାଜସ୍ବ ବୋର୍ଡର ଆର୍ଥିକ ପରାମର୍ଶଦାତା ସୁବ୍ରତ ଶତପଥୀ, ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ, ଜଳସମ୍ପଦ ବିଭାଗ ନିର୍ଦ୍ଦେଶକ (ଆର୍ ଆଣ୍ଡ୍ ଆର୍) ଆଲୋକ କୁମାର କର, ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁଶାନ୍ତ କୁମାର ଦାଶ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଆଇଏଏସ୍ ରେ ପେ ମେଟ୍ରିକ୍ସର ଲେଭେଲ୍-୧୩କୁ ପଦୋନ୍ନତି ଦିଆଯାଇଛି।