Home News in Odia ନିୟମିତ ଚାଲିଲା ସୋନପୁର-ପୁରୀ ସାପ୍ତାହିକ

ନିୟମିତ ଚାଲିଲା ସୋନପୁର-ପୁରୀ ସାପ୍ତାହିକ

ଭୁବନେଶ୍ୱର : ଆଜି ସୋନପୁର ରେଳ ଷ୍ଟେସନ ଠାରେ ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ପ୍ରାରମ୍ଭିକ ଚଳାଚଳ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାର ଲୋକମାନେ ଉଭୟ ଟ୍ରେନ ଓ ଯାତ୍ରୀମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।  ଏହି ଟ୍ରେନ୍ ଚାରିଟି ପଶ୍ଚିମ ଓଡିଶା ଜିଲ୍ଲା ଯଥା ସୋନପୁର, ବଲାଙ୍ଗୀର, ବରଗଡ ଏବଂ ସମ୍ବଲପୁର ସହିତ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ସଂଯୋଗ କରୁଛି ।  ଏହି ଟ୍ରେନ୍ ଏହି ଅଞ୍ଚଳର ଛାତ୍ର, କୃଷକ, ତୀର୍ଥଯାତ୍ରୀ ଏବଂ ବ୍ୟବସାୟୀ ମାନଙ୍କୁ ଲାଭ ପ୍ରଦାନ କରିବ ।

ପୁରୀ-ସୋନପୁର ଏକ୍ସପ୍ରେସ ପୁରୀ ଷ୍ଟେସନ ଠାରୁ ପ୍ରତି ଗୁରୁବାର ଦିନ ଏବଂ ସୋନପୁର ଠାରୁ ପ୍ରତି ଶୁକ୍ରବାର ଦିନ ଯାତ୍ରା କରିବ । ଏହି ଟ୍ରେନ୍ ଗୁରୁବାର ଦିନ ସନ୍ଧ୍ୟା ୭.୩୫ ରେ ପୁରୀ ଛାଡି ସୋନପୁରରେ ଶୁକ୍ରବାର ଦିନ ସକାଳ ୫.୩୦ ରେ ପହଞ୍ଚିବ । ଫେରିବା ମାର୍ଗରେ ଏହି ଟ୍ରେନ ସୋନପୁର ଠାରୁ ଶୁକ୍ରବାର ସନ୍ଧ୍ୟା 7.30 ରେ ଛାଡି ଶନିବାର ଦିନ ସକାଳ ୬.୫୫ ରେ ପୁରୀରେ ପହଞ୍ଚିବ ।

ଏହି ଟ୍ରେନ ପୁରୀ ଓ ସୋନପୁର ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନାରାଜ ମାର୍ଥାପୁର, ଦହେଙ୍କାନାଳ, ତାଳଚେର, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ନରସିଂହଗଡ ଷ୍ଟେସନ ମାନଙ୍କରେ ରହଣି କରିବ ।  ୩ ଫେବୃଆରୀ ୨୦୨୪ ରେ ସମ୍ବଲପୁରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ଶୁଭାରମ୍ଭ କରିଥିଲେ ।

ସମ୍ବଲପୁରର ନାଗରିକ ସମାଜ ସମେତ ସାଧାରଣ ଲୋକମାନେ ସୋନପୁର ରେଳ ଷ୍ଟେସନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆୟୋଜନ କରି ଉଭୟ ଟ୍ରେନ ଓ ଯାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଧନା କରିଥିଲେ ।