Home Covid ନିରୀକ୍ଷଣରେ ରହିବ ଆମ୍ବୁଲାନ୍ସ

ନିରୀକ୍ଷଣରେ ରହିବ ଆମ୍ବୁଲାନ୍ସ

ଭୁବନେଶ୍ୱର : କୋଭିଡ ପରିଚାଳନରେ ମୁତୟନ ହୋଇଥିବା ସମସ୍ତ ଆମ୍ବୁଲାନ୍ସରେ ଜିପିଏସ୍‍ ଖଞ୍ଜାଯିବା ସହିତ ଏହାକୁ ନିରୀକ୍ଷଣରେ ରଖାଯିବ । ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି କୋଭିଡ଼-୧୯ର ଉତ୍ତମ ପରିଚାଳନାକୁ ଗୁରୁତ୍ୱ ଦେବା ସହିତଅ ଆମ୍ବୁଲାନ୍ସ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‍ସି କମିଶନର ସଂଜୟ କୁମାର ସିଂ ।

କୋଭିଡ୍ ସଂକ୍ରମିତ ବ୍ୟକ୍ତିମାନଙ୍କୁ କୋଭିଡ୍ କେୟାର ହସ୍‌ପିଟାଲ୍ (ସିଏଚସି) ଏବଂ କୋଭିଡ୍ କେୟାର ସେଣ୍ଟର (ସିସିସି)କୁ ପଠାଇବା ପାଇଁ ରାଜଧାନୀ ଭୁବନେଶ୍ୱରରେ ବର୍ତମାନ ରହିଛି ସମୁଦାୟ ୬୪ଟି ଆମ୍ବୁଲାନ୍‌ସ । ଏଥିମଧ୍ୟରୁ ୪୦ଟିରେ ଜିପିଏସ୍ ସଂଯୋଗ ହୋଇ ସାରିଥିବା ବେଳେ ଅନ୍ୟଗୁଡିକରେ ଅଳ୍ପ ଦିନରେ ଜିପିଏସ୍ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି କମିଶନର । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଦ୍ୱାରା ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।

ତେବେ ୧୯୨୯ ରେ କଲ୍ ଆସିବା ପରେ ସିସିସି କଂଟା ସିଏଚ୍‌କୁ ପଠାଇବା ନିମନ୍ତେ ପ୍ରକ୍ରିୟା ସେଂଟ୍ରାଲ କଂଟ୍ରୋଲ ରୁମ୍‌ରୁ ହେଉଥିବା ବେଳେ ଏହାକୁ ବିକ୍ରେନ୍ଦ୍ରୀକରଣ କରାଯାଇ ସେବାକୁ ଆହୁରି ଶୀଘ୍ର କରିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି ।

ବର୍ତମାନ ପ୍ରତ୍ୟେକ ଜୋନ୍‌ରେ ତିନୋଟି ଲେଖାଁଏ ଆମ୍ବୁଲାନସ ଦିଆଯାଇଛି । ଏହା ସାଙ୍ଗକୁ ଆହୁରି ସାତଟି ଲେଖାଏଁ ଆମ୍ବୁଲାନସ୍ ପ୍ରତ୍ୟେକ ଜୋନ୍‌କୁ ଦିଆଯାଇ ପ୍ରତ୍ୟେକ ଜୋନ୍‌ରେ ଅନ୍ୟୁନ ଦଶଟି ଆମ୍ବୁଲାନ୍‌ସ ରହିବ । ଜୋନାଲ୍ କଟ୍ରୋଲ ରୁମ୍ କରାଯାଇ ୧୯୨୯ର ଫୋନ୍ କଲ୍ ଅନୁସାରେ ନିକଟସ୍ଥ କୋଭିଡ୍ ହସ୍‌ପିଟାଲ୍ ବା ସିସିସି କୁ ସଂକ୍ରମିତ ବ୍ୟକ୍ତିଙ୍କୁ ପଠାଯିବ ।

ଜୋନାଲ୍ କଂଟ୍ରୋଲ୍ ରୁମରେ ଜଣେ ଓଆରଏସ୍ ଅଫିସର, ଜଣେ ଏ ଏସ୍ ଏବଂ ଜଣେ ଡିଇଓ ରହି ଏହି ଏହି କାର୍ଯ୍ୟ କରିବେ । ବଳକା ୩୪ ଟି ଆମ୍ବୁଲାନ୍‌ସ କ୍ୟାପିଟାଲ୍ ହସ୍‌ପିଟାଲର ସେଂଟ୍ରାଲ୍ କଂଟ୍ରୋଲ୍ ରୁମ୍‌ରେ ରହିବ ଏବଂ ଏହାର ସଂଯୋଗକାରୀ ଭାବେ ଜଣେ ଓ ଏ ଏସ୍ ଅଫିସର ରହିବେ । ତାଙ୍କ ସହିତ ଆୟୁଷ ଡାକ୍ତର, ଏ ଏସ୍‌ଓ ଏବଂ ଡିଇଓ ମଧ୍ୟ ରହିବେ ।ଏହି ପଦକ୍ଷେପ ଦ୍ୱାରା ସେବା ସମୟ କମ୍ ରହିବ ଯାହା ତୁରନ୍ତ ରୋଗୀଙ୍କୁ ସଂପୃକ୍ତ ଚିକିତ୍ସା ସ୍ଥାନକୁ ଦେବାରେ ସହାୟକ ହେବ ।