Home Administration ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ

ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର : ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଆଜି ନିର୍ଦ୍ଦେଶକ ଦାୟିତ୍ୱ ଗହଣ କରିଛନ୍ତି । ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ହେବା ପର୍ଯ୍ୟନ୍ତ ଶ୍ରୀ ସେଠୀ ଏହି ଦାୟିତ୍ୱ ତୁଲାଇବେ ।

ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଆଜି ଅବସର ଗ୍ରହଣ କରିଥିବାବେଳେ ଶ୍ରୀ ତାଙ୍କ ସ୍ଥାନରେ ଦାୟିତ୍ୱରେ ତୁଲାଇବେ । ଆଜି ଏହି ମର୍ମରେ ବିଭଗ ତରଫରୁ ଆଦେଶନାମା ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଶ୍ରୀ ସେଠୀଙ୍କର ଦୀର୍ଘ ବର୍ଷ ଧରି ଏହି ବିଭାଗୀୟ କାର୍ଯ୍ୟରେ ଅଭିଜ୍ଞତା ରହିଛି ।

ଶ୍ରୀ ମିଶ୍ର ଦୀର୍ଘ ୧ ବର୍ଷ ୧୦ ମାସ ଧରି ସେ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ କୋଭିଡ୍ ପରିସ୍ଥିତିରେ ଗଣମାଧ୍ୟମ ସୁପରିଚାଳନା କରିବା ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ରହିଥିଲା । ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ ।

ବିଦାୟୀ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କୁ ଏହି ଅବସରରେ ଆଜି ବିଭାଗ ତରଫରୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । କୋଭିଡ୍ କଟକଣା ମଧ୍ୟରେ ଲୋକ ସଂପର୍କ ଭନନଠାରେ ସୀମିତ ସଂଖ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଭାଗୀୟ ନିର୍ଦ୍ଦେଶକ( ବୈଷୟିକ) ଶ୍ରୀ ସେଠୀ ବିଦାୟୀ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀର ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ, ଓଡିଶା ସୂଚନା ସେବା ସଂଘର କର୍ମକର୍ତାମାନେ ଏହି ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ଥିଲେ ।