Home General ନିଜ ସହରକୁ ନିଜେ ଶ୍ରେଷ୍ଠ କର

ନିଜ ସହରକୁ ନିଜେ ଶ୍ରେଷ୍ଠ କର

ଭୁବନେଶ୍ୱର : ନିଜ  ନିଜ  ସହରକୁ ଶ୍ରେଷ୍ଠ କରିବା  ପାଇଁ ନେତୃତ୍ୱ ନେଇ  ନିଷ୍ଠାର ସହ  କାମ  କର । ଲୋକଙ୍କ ସାଥିରେ ରୁହ  ସେମାନଙ୍କ ସମସ୍ୟା  ସମାଧାନ  ପାଇଁ  ନିଷ୍ଠାର ସହ  କାମ  କର । ଆଜି ଲୋକସେବା  ଭବନରେ ନବନିର୍ବାଚିତ  ମେୟର ଓ ପୌରାଧକ୍ଷ  ମାନଙ୍କ ପାଇଁ ଆୟୋଜିତ ପୌର ଶାସନ  ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି  ଶୀର୍ଷକ କର୍ମଶାଳା କୁ ଉଦଘାଟନ କରି  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟନାୟକ ଏହି ପରାମର୍ଶ  ଦେଇଛନ୍ତି ।

ସହରାଞ୍ଚଳର ଉନ୍ନତି  ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି ବୋଲି ସୂଚନା  ଦେଇ  ମୁଖ୍ୟମନ୍ତ୍ରୀ କହିଥିଲେ  ଯେ ଜାଗା ମିଶନ  ବିକାଶ ମୁଖି  ଦେଶ  ମାନଙ୍କ ପାଇଁ ଏକ ମଡେଲ  ହୋଇଛି । ସେହିପରି  ଟ୍ୟାପ  ରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ  କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ  ଓଡିଶା ସାରା ଦେଶରେ ଏକ ମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

ଜାଗା ମିଶନ, ସୁଜଳ,ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା  ମୁକ୍ତା ଯୋଜନା,ଆହାର ଏବଂ ସ୍ମାର୍ଟ ଏଲଇଡି ଲାଇଟ୍‍ ଆଦି ସରକାରଙ୍କ ଫ୍ଲାଗସିପ୍‍, ପ୍ରୋଗ୍ରାମ  ଉପରେ  ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ  ଫୋକସ  କରିଥିଲେ  ।

ମୁଖ୍ୟମନ୍ତ୍ରୀ କହିଥିଲେ  ଯେ ବସ୍ତି ବିକାଶ ସମୟରେ  ରାଜ୍ୟ ସରକାର ଜମି  ଅପେକ୍ଷା ଲୋକଙ୍କୁ ଅଧିକ  ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ  କରିଛନ୍ତି  । ଏ ପର୍ଯ୍ୟନ୍ତ ଏକ ଲକ୍ଷ  ପଚସ୍ତରୀ ହଜ଼ାର ପରିବାରକୁ  ଭୂମି ଅଧିକାର  ଦିଆଯାଇଥିବାବେଳ  ୫୮୫ ବସ୍ତିକୁ ଆଦର୍ଶ  ବସ୍ତି ରେ ପରିଣତ  କରାଯାଇଛି  ବୋଲି ମୁଖ୍ୟମନ୍ତ୍ରୀ ସୂଚନା  ଦେଇ ଥିଲେ  । ସେହିପରି ସୁଜଳ  କାର୍ଯ୍ୟକ୍ରମ ରେ ପୁରୀରେ ଟ୍ୟାପ ରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳ ରାଜ୍ୟର କୋଡିଏ ଟି ସହରରେ  ଏଥିପାଇଁ କାମ  ଚାଲିଛି  ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ସେହିପରି  କୋଭିଡ ସମୟରେ  ସହରର  ଗରିବ ଲୋକ ଓ ଦାଦନ ଶ୍ରମିକମାନଙ୍କ ପାଇଁ ଆରମ୍ଭ  ହୋଇ ଥିବା  ମୁକ୍ତା ଯୋଜନା ଜାରି ରହିବ ଓ  ଏଥିପାଇଁ ବଜେଟରେ  ୫୦୦କୋଟି ଟଙ୍କାର ବ୍ୟୟ ବରାଦ  କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମିଶନ  ଶକ୍ତି ଓ ବସ୍ତି ବିକାଶ ସଂଘଜରିଆରେ   ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ବୋଲି ମୁଖ୍ୟମନ୍ତ୍ରୀ କହି ଥିଲେ  ।

ପରିମଳ  ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବୋଲି ମତ  ଦେଇ ସ୍ୱଚ୍ଛତା ଓ ବର୍ଜ୍ୟ ବସ୍ତୁ ପରିଚାଳନା  ଉପରେ  ଅଧିକ  ଗୁରୁତ୍ୱ ଦେଇ  କାମ  କରିବାକୁ  ମୁଖ୍ୟମନ୍ତ୍ରୀ ପରାମର୍ଶ  ଦେଇଥିଲେ । ଚଳିତ  ପୌର  ନିର୍ବାଚନ ରେ ମା ମାନେ bahu ସଂଖ୍ୟା ରେ ଭାଗ ନେଇ ବିଜୟୀ ହୋଇଥିବାରୁ  ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା  ସହ  ସେମାନଙ୍କୁ ବିଶେଷ ଅଭିନନ୍ଦନ  ଜଣାଇଥିଲେ  ଓ ଭଲ  କାମ  କରି  ଲୋକଙ୍କ ଆସ୍ଥା ଜାରି ରଖିବାକୁ  ପରାମର୍ଶ  ଦେଇଥିଲେ ।

ସହରାଞ୍ଚଳ  ବିକାଶରେ  ଆସିଥିବା  ରୂପାନ୍ତର ରେ ୫ଟି-ଆଧାରରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ ୫ଟି-ଆଧାରକୁ ନିଷ୍ଠାର ସହ  କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ  ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ  ଦେଇଥିଲେ । ନୂଆ ନେତୃତ୍ୱ ଓ ନୂଆ ପରିଚାଳନା  କୌଶଳ  ପୌର  ସେବାକୁ  ନୂତନ  ଶିଖରରେ  ପହଞ୍ଚାଇବାରେ  ସଫଳ  ହେବ  ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

କର୍ମଶାଳାରେ  ଉଦବୋଧନ ଦେଇ  ନଗର ଉନ୍ନୟନ ପଞ୍ଚାୟତି ରାଜ ଓ ଆଇନ  ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ  ବିକାଶ କାର୍ଯ୍ୟକ୍ରମକୁ ସଫଳ  ଭାବରେ କାର୍ଯ୍ୟକାରି କରିବା ଦିଗରେ  ନିଷ୍ଠାପର  ଉଦ୍ୟମ ଜାରି ରଖିବା  ପାଇଁ ପରାମର୍ଶ  ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଶାସନ  ସଚିବ  ଶ୍ରୀ ସୁରେଶ ଚନ୍ଦ୍ର  ମହାପାତ୍ର , ନଗର ଉନ୍ନୟନ ବିଭାଗ ର ପ୍ରମୁଖ  ସଚିବ  ଶ୍ରୀ ଜି ମାଥି ଭାତ ନାନ  ଓ ପୌର  ନିର୍ଦେଶକ ଶ୍ରୀ ସଂଗ୍ରାମଜୀତ ନାୟକ  ପ୍ରମୁଖ ଯୋଗ ଦେଇଥିଲେ ।