Home News in Odia ନଭେମ୍ବରରେ ଜୁନିୟର ବିଶ୍ୱକପ୍‍ ହକି

ନଭେମ୍ବରରେ ଜୁନିୟର ବିଶ୍ୱକପ୍‍ ହକି

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ଓଡିଶାରେ ଜୁନିୟର ବିଶ୍ୱକପ ହକି ଖେଳାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିବା ସହିତ ଏହି ବିଶ୍ୱକପ୍‍ର ଲୋଗୋ ଓ ଟ୍ରଫିକୁ ଉନ୍ମୋଚନ କରିଛନ୍ତି ।

ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏହା ଆୟୋଜନ ହେବ । ହକି ଇଣ୍ଡିଆର ଅନୁରୋଧ କ୍ରମେ ଏତେ କମ୍‍ ସମୟ ମଧ୍ୟରେ ଓଡିଶା ଏଭଳି ଆର୍ନ୍ତଜାତୀୟ ସ୍ତରର କ୍ରୀଡା ଆୟୋଜନ ପାଇଁ ରାଜି ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଏହି କ୍ରୀଡାରେ ମୋଟ୍‍ ୧୪ଟି ଦେଶ ଅଂଶଗ୍ରହଣ କରିବେ । ଅଷ୍ଟ୍ରେଲିଆ ଓ ନିଉଜଲ୍ୟାଣ୍ଡ ବିଶ୍ୱକପ୍‍ ଜୁନିୟର ହକିରେ ଭାଗ ନେବେନାହିଁ ବୋଲି ଜଣାଇଛନ୍ତି ।

ଲୋକସେବା ଭବନରେ ଆୟୋଜିତ ଏହି ଉତ୍ସବରେ ଆନ୍ତର୍ଜାତୀୟ ହକି ଫେଡେରେସନ୍ ର ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆର ସାଧାରଣ ସମ୍ପାଦକ ରାଜିନ୍ଦର ସିଂହ ଓଡ଼ିଶା ସରକାରଙ୍କ ହକି ପ୍ରୋତ୍ସାହନକୁ ଉଚ୍ଚ ପ୍ରଶଂସା କରିବା ସହ କଳିଙ୍ଗ ଷ୍ଟାଡିୟମକୁ ହକି ପ୍ରତିଯୋଗିତାର ଶ୍ରେଷ୍ଠ ସ୍ଥାନ ବୋଲି କହିଥିଲେ । ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀ ବୋଲି ସେମାନେ ଅଭିହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ା ସଚିବ ଆର.ଭିନୀଲ କ୍ରିଷ୍ଣା, ହକି ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଦିଲ୍ଲୀପ ର୍ତିକୀ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟର ସମସ୍ତ ହକି ଖେଳାଳୀ ଏଠାରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here