Home General ଦୈନିକ ୭୦ହଜାର ଆହାର ମିଲ୍‍

ଦୈନିକ ୭୦ହଜାର ଆହାର ମିଲ୍‍

ଭୁବନେଶ୍ୱର : ରାଜ୍ୟର ଆହାରକେନ୍ଦ୍ର ଗୁଡିକରେ ଦିନକୁ ଏବେ ୭୦ହଜାର ମିଲ୍‍ ଲୋକେ ଖାଉଛନ୍ତି । ମହାମାରୀ ପୂର୍ବରୁ ଏହି ପରିମାଣ ୯୩ହଜାରରୁ ଅଧିକ ରହିଥିଲା ।

ଆହାର କେନ୍ଦ୍ରରେ ଯୋଗାଯାଉଥିବା ଖାଦ୍ୟ ସଂକ୍ରାନ୍ତରେ ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଦର୍ଶାଇଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ୧୬୬ଟି ଆହାର କେନ୍ଦ୍ର କାର୍ଯ୍ୟ କରୁଛି ।

ଏହି କେନ୍ଦ୍ରରେ ଗରିବ ଓ ଅସହାୟ ଲୋକଙ୍କୁ ମିଲ୍‍ ପ୍ରତି ୫ଟଙ୍କା ଦରରେ ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । କୋଭିଡ ମହାମାରୀ ପୂର୍ବରୁ ଆହାର କେନ୍ଦ୍ରଗୁଡିକରେ ଦୈନିକ ୯୩,୨୦୦ ମିଲ୍‍ ଯୋଗାଇ ଦିଆଯାଉଥିଲା । ବର୍ତ୍ତମାନ ଦୈନିକ ୭୦ହଜାର ମିଲ୍‍ ଆହାର କେନ୍ଦ୍ରରେ ଦିଆଯାଉଛି ।

ଏ ବାବଦରେ ବଜେଟ୍‍ରେ କୌଣସି ବ୍ୟବସ୍ଥା ନାହିଁ । ସିଏସ୍‍ଆର, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ବ୍ୟକ୍ତିଗତ ଯୋଗଦାନ ଆଦିରୁ ମିଳୁଥିବା ଅର୍ଥରେ ଆହାରକେନ୍ଦ୍ର ପରିଚାଳିତ ହେଉଛି । ଆହାରକେନ୍ଦ୍ର ପରିଚାଳନା ଦାୟିତ୍ୱ ବିଭିନ୍ନ ସଂସ୍ଥା ନେଇଥିବାବେଳେ ଖାଦ୍ୟ ବଣ୍ଟନ ଓ ଦୈନନ୍ଦିନ ତଦାରଖ ଦାୟିତ୍ୱ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଦିଆଯାଇଛି । (ତଥ୍ୟ)