Home Covid ଦୁଇ ହଜାର ନିକଟକୁ ଖସିଲା କରୋନା

ଦୁଇ ହଜାର ନିକଟକୁ ଖସିଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ଦ୍ରୁତ ବେଗରେ ହ୍ରାସ ପାଇବା ସହିତ ଦୁଇ ହଜାର ନିକଟରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୩୨୪ଜଣ ଶିଶୁ ରହିଛନ୍ତି ।

ଚିହ୍ନଟ ହୋଇଥିବା ନୂଆ ୨୧୦୬ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୬୮,୮୧୧ ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୧୨,୩୪,୩୫୨ ଜଣ ସୁସ୍ଥ ହେବା ସହିତ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୩,୬୭୨ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୧୦୬ ଜଣ ସଂକ୍ରମିତଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୪୨୯ଜଣ ଥିବାବଳେ ସୁନ୍ଦରଗଡରୁ ଦ୍ୱିତୀୟ ସର୍ବାଧିକ ୨୧୯, କଟକରୁ ୧୪୫ ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରେ ୭ ଓ ଦେବଗଡ ଜିଲ୍ଲାରେ ୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ଦୁଇ ଅଙ୍କରେ ରହିଛି ।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ୩୨୪ ଜଣ ଶିଶୁ ଥିବାବେଳେ ୧୨୨୯ ଜଣ କ୍ୱାରେଣ୍ଟାଇନ୍‍ରୁ ଏବଂ ୮୭୭ ଲୋକାଲ କେଶ୍‍ ରହିଛି ।

LEAVE A REPLY

Please enter your comment!
Please enter your name here