Home Health ଦିନକରେ ୧୦ହଜାର ଟପିଲା

ଦିନକରେ ୧୦ହଜାର ଟପିଲା

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ କରୋନା ସଂକ୍ରମଣ ୧୦ହଜାର ଟପିବା ସହିତ ନୂଆ ରେକର୍ଡ କରିଛି । ୨୪ଘଣ୍ଟାରେ ରାଜ୍ୟରେ ୧୦,୪୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବକାଳୀନ ରେକର୍ଡ । ଏଥି ସହିତ ରାଜ୍ୟର ଦୁଇ ଜିଲ୍ଲା ଖୋରଧା ଓ ସୁନ୍ଦରଗଡରେ ସଂକ୍ରମିତଙ୍କ ସଂଖ୍ୟା ୪ଅଙ୍କରେ ରହିଛି ।

ଚିହ୍ନଟ ହୋଇଥିବା ୧୦,୪୧୩ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫୮୮୭ ଜଣ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର ହୋଇଥିବାବେଳେ ୪୫୨୬ଜଣ ଲୋକାଲ କେସ୍‍ । ସେହିଭଳି ରାଜ୍ୟରେମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୪,୬୦୭ରେ ପହଞ୍ଚି ଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭ହଜାର ଅତିକ୍ରମ କରିଛି ।

ଗୋଟିଏ ଦିନରେ ରାଜ୍ୟରୁ ବାହାରିଥିବା ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ସବୁଠାରୁ ଅଧିକ ୧୭୯୬ଜଣ ଖୋରଧା ଜିଲ୍ଲାରୁ ଥିବାବେଳେ ସୁନ୍ଦରଗଡରୁ ୧୧୦୦, କଟକରୁ ୮୨୮, ପୁରୀରୁ ୫୩୩, ବରଗଡରୁ ୫୧୧, ଝାରସୁଗୁଡାରୁ ୪୪୨, ସମ୍ବଲପୁରରୁ ୪୨୬, ନୂଆପଡାରୁ ୪୧୮, ଅନୁଗୁଳରୁ ୩୯୨, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬, ଯାଜପୁରରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ କମ୍‍ ମାତ୍ର ୫୪ ସଂକ୍ରମିତ ମାଲକାନଗିରି ଜିଲ୍ଲାରୁ ବାହାରିଥିବାବେଳେ କନ୍ଧମାଳରୁ ୫୫, କୋରାପୁଟରୁ ୬୮ଜଣ, କେନ୍ଦ୍ରାପଡାରୁ ୭୭ ଓ ବୌଦ୍ଦରୁ ୮୭ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାର ସଂକ୍ରମଣ ତିନି ଅଙ୍କରେ ରହିଛି ।

ସେହିଭଳି କରୋନାରେ ରାଜ୍ୟରେ ଆଉ ୧୧ଜଣଙ୍କ ପ୍ରାଣ ଯିବା ସହିତ ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୦୫୪ରେ ପହଞ୍ଚିଛି । ଅଣ କୋଭିଡ ମୃତ୍ୟୁ ସଂଖ୍ୟା ୫୩ରେ ସ୍ଥିର ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦୧୪ଜଣ କୋଭିଡରୁ ମୁକ୍ତ ହୋଇଛନ୍ତି ।