Home General ଦଶ ବର୍ଷରେ ମଲେଣି ୫୫ ବାଘ

ଦଶ ବର୍ଷରେ ମଲେଣି ୫୫ ବାଘ

ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୫୫ଟି ବାଘଙ୍କ ମୃତ୍ୟୁ ଘଟିଥିବାବେଳେ ଏଥି ମଧ୍ୟରେ ୬ଟି ମହାବଳ ରହିଛନ୍ତି । ଅବଶିଷ୍ଟ ବାଘ କଲରାପତରିଆ ପ୍ରଜାତିର ବୋଲି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦଶବର୍ଷ ଅର୍ଥାତ୍‍ ୨୦୧୨-୧୩ ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୧୦ଟି ମହାବଳ ମରିଥିବାବେଳେ ଏଥି ମଧ୍ୟରୁ ଶିକାରରଙ୍କ ହାତରେ ୩ଟି ମହାବଳ ପ୍ରାଣ ହରାଇଛନ୍ତି । ସେହିଭଳି ଏହି ସମୟରେ ୪୯ଟି କଲରାପତରିଆ ବାଘ ମୃତ୍ୟୁବରଣ କରିଥିବାବେଳେ ଏଥି ମଧ୍ୟରୁ ୨୬ଟି ଶିକାରୀଙ୍କ ହାତରେ ମରିଛନ୍ତି ।

ସେହିଭଳି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଂସ୍ଥାଙ୍କ ଦ୍ୱାରା ପ୍ରକାଶ ପାଇଥିବା ସର୍ବଶେଷ ଆକଳନ ଅନୁଯାୟୀ ଓଡିଶା ଜଙ୍ଗଲରେ ୨୮ଟି ମହାବଳ ଏବଂ ୭୬୦ଟି କଳରାପତରିଆ ବାଘ ଥିବା ଆକଳନ କରାଯାଇଛି ।

ବାଘ ବଂଶବୃଦ୍ଧି ଏବଂ ସୁରକ୍ଷା ପାଇଁ ଦୁଇଟି ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା, ଶିକାର ନିରୋଧକ ଶିବିର ପ୍ରତିଷ୍ଠା, ସ୍ପେଶାଲ ସ୍କ୍ୱାଡ୍‍ ମୁତୟନ, ଜଙ୍ଗଲରେ ପାଦଚଲା ପଇଁତରା , ତୃଣଭୋଜୀ ପ୍ରାଣୀଙ୍କ ବଂଶବୃଦ୍ଧି ପାଇଁ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁର ପ୍ରତିରୋଧ ଭଳି ଏକାଧିକ ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।