Home Covid ତିନି ଦିନରେ ତିନି ଗୁଣ କରୋନା

ତିନି ଦିନରେ ତିନି ଗୁଣ କରୋନା

ଭୁବନେଶ୍ୱର : ଓଡିଶାରେ କରୋନା ସଂକ୍ରମଣ ତିନି ଦିନରେ ପ୍ରାୟ ତିନିଗୁଣା ବୃଦ୍ଧି ପାଇଛି । ଚଳିତ ମାସ ଦୁଇ ତାରିଖରେ ରାଜ୍ୟରେ ୪୨୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୧୨୧୬ ହୋଇଛି । ସେହଭଳି ଖୋରଧା ଜିଲ୍ଲାର ସଂକ୍ରମଣ ଏହି ସମୟ ମଧ୍ୟରେ ୧୫୧ରୁ ବୃଦ୍ଧି ପାଇ ୪୫୬ରେ ପହଞ୍ଚିଛି ।

ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୧୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟାରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୪୫୬ ଜଣ ରହିଛନ୍ତି । ସେହିଭଳି କଟରୁ ୮୦, ଯାଜପୁରରୁ ୪୭, ମୟୁରଭଞ୍ଜରୁ ୪୦, ଝାରସୁଗୁଡାରୁ ୩୩, କେନ୍ଦୁଝରରୁ ୨୫, ବରଗଡରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି । ସବୁଠାରୁ କମ୍‍ ଜଣେ କରି ଚିହ୍ନଟ ହୋଇଛନ୍ତି ଗଜପତି ଓ ବୌଦ ଜିଲ୍ଲାରୁ ।

ଚିହ୍ନଟ ହୋଇଥିବା ୧୨୧୬ଜଣ ସଂକ୍ରମିତଙ୍କ ମଧ୍ୟରେ ୧୮୭ଜଣଙ୍କ ବୟସ ୧୮ବର୍ଷରୁ କମ୍‍ ରହିଛି । ୫୦୬ଜଣ ଲୋକାଲ କେଶ୍‍ ଥିବାବେଳେ ୭୧୦ଜଣ କ୍ୱାରେଣ୍ଟାଇନ୍‍ରୁ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୭.୮୭୫ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୧୦,୪୫,୩୭୬ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୯୮୧ ରହିଛି ।

ଅନ୍ୟ ପକ୍ଷରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେନ୍ଦୁଝରରୁ ସର୍ବାଧିକ ୭ଜଣ ରହିଛନ୍ତି ।