Home Covid ତଳମୁହାଁ ହେଉନି କରୋନା

ତଳମୁହାଁ ହେଉନି କରୋନା

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍ । ଲଗାତର ୧୦ରୁ ୧୨ ହଜାର ଭିତରେ ଦୈନିକ ସଂକ୍ରମଣର ଧାରା ଜାରି ରହିଛି । ଆହୁରି ସପ୍ତାହେ ରହିବ ଏହି ଟ୍ରେଣ୍ଡ ଜାରିର ସୂଚନା ଦେବା ସହିତ ଲକଡାଉନକୁ ଅଧିକ କଠୋର କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ମେ’ପହିଲାରେ ୧୦ ହଜାର ୪୧୩ ପଜିଟିଭ୍ ପରେ ଲଗାତାର ୪ ଦିନ କମିଥିଲା ସଂକ୍ରମିତଙ୍କ ସଂଖ୍ୟା । ତେବେ ୭ ତାରିଖରେ ଦୈନିକ ସଂକ୍ରମଣ ୧୨ ହଜାର ପାର କଲା, ଆଉ ୧୪ ତାରିଖରେ ୧୨ ହଜାର ୩୯୦ ପଜିଟିଭ୍ ସହ ସର୍ବକାଳୀନ ରେକର୍ଡ ହେଲା । ଏହାପରେ ପଜିଟିଭ୍ ଟ୍ରେଣ୍ଡ ୧୦ ହଜାରରୁ ପାଖାପାଖି ଲାଗି ରହିଛି ।

କରୋନା ସଂକ୍ରମଣ କମିବାର ନାଁ ନେଉନଥିବା ବେଳେ ସେପଟେ ସଂକ୍ରମଣ ଗାଁ ଗଣ୍ଡାକୁ ବ୍ୟାପୁଥିବାରୁ ଚିନ୍ତା ବଢିଛି । ଏହା ଉପରେ ଫୋକସ୍ କରି ଲକଡାଉନକୁ ଆହୁରି କଡ଼ାକଡ଼ି କରାଯିବା ପାଇଁ ଚିନ୍ତା କରାଯାଉଛି । ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କରୋନା ସଂକ୍ରମଣ ଏବେ ପ୍ଲାଟୋ ସ୍ଥିତିରେ ରହିଛି, ଆସନ୍ତା ସପ୍ତାହ ପରେ ଏହା ଧୀରେ ଧୀରେ କମିବ ।

ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନାଁରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବେଧଡ଼କ ବୁଲାବୁଲି କରୁଛନ୍ତି ଅମାନିଆ । ଖାଲି ସେତିକି ନୁହେଁ, ଡାକ୍ତରଖାନାରେ ଚିକିତ୍ସା, ମେଡ଼ିସିନ ଆଣିବା, କରୋନା ଟେଷ୍ଟ ଆଦି ବାହାନାରେ ଲୋକେ ରାସ୍ତାରେ ଚକ୍କର କାଟୁଛନ୍ତି । ତେଣୁ ଏଯାଏଁ ସ୍ଥିତିରେ ଯେତେଟା ସୁଧାର ଆସିଯିବା କଥା ତାହା ଆସିନାହିଁ ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦,୭୫୭ ନୂଆ କରୋନା ଆକ୍ରାନ୍ତ । ସେଥିମଧ୍ୟରୁ ସଙ୍ଗରୋଧରୁ ୬୦୨୪ ଚିହ୍ନଟ ହୋଇଥିବା ବେଳେ ୪୭୩୩ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ସେହିପରି ରାଜ୍ୟରେ କରୋନାରେ ଆଉ ୨୨ ଜଣଙ୍କ ମୃତ୍ୟୁ ଘଟିଛି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୯୭୩ ଜଣ ରହିଥିବା ଜଣାଯାଇଛି । ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଏହି ଜିଲ୍ଲାରୁ ୯୦୯ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୩୨ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୋଳ ଜିଲ୍ଲାରୁ ୬୦୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୫୪, ବରଗଡ଼ରୁ ୪୦୪, ଭଦ୍ରକରୁ ୪୪୩, ବଲାଙ୍ଗିରରୁ ୫୦୭, ବୌଦ୍ଧରୁ ୧୩୩, ଦେବଗଡ଼ରୁ ୧୦୨, ଢେଙ୍କାନାଳରୁ ୨୮୯, ଗଜପତିରୁ ୧୪୧, ଗଞ୍ଜାମରୁ ୨୦୯, ଜଗତସିଂହପୁରରୁ ୨୧୯, ଯାଜପୁରରୁ ୨୮୧, ଝାରସୁଗୁଡ଼ାରୁ ୩୮୮, କଳାହାଣ୍ଡିରୁ ୧୨୫, କନ୍ଧମାଳରୁ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡ଼ାରୁ ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨, ମାଲକାନଗିରିରୁ ୧୨୩, ମୟୂରଭଞ୍ଜରୁ ୪୫୪, ନବରଙ୍ଗପୁରରୁ ୩୮୬, ନୟାଗଡ଼ରୁ ୨୨୭, ନୂଆପଡ଼ାରୁ ୫୦୨, ପୁରୀରୁ ୩୫୦, ରାୟଗଡ଼ାରୁ ୧୩୬, ସମ୍ବଲପୁରରୁ ୪୯୪ ଓ ସୋନପୁରରୁ ୨୪୫ ଜଣ ଚିହ୍ନଟ ହୋଇଛନ୍ତିୟ ସେହିପରି ଷ୍ଟେଟ୍ ପୁଲରୁ ୨୦୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ୧୦,୭୫୭ଟି ନୂଆ କେସ ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ରେ ପହଞ୍ଚି ଯାଇଛି । ମୋଟ ୧୦୯୪୧୧୯୨ ନମୁନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୪ ହଜାର ୫୩୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧ ଲକ୍ଷ ୬ ହଜାର ୬୧ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।

ସେହିପରି ରାଜ୍ୟରେଆଉ ୨୨ ଜଣ ପ୍ରାଣ ହରାଇବା ପରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି । ଏହି ୨୨ ମୃତକଙ୍କ ମଧ୍ୟରୁ ବୌଦ୍ଧ, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନୁଗୋଳ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଜପତି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଆଉ ୩ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୧୧କୁ ବୃଦ୍ଧି ପାଇଛି । ବୌଦ୍ଧ ଜିଲ୍ଲାରେ ଏଯାବତ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କୋରାପୁଟରେ ୨୪, ନୂଆପଡ଼ାରେ ୪୩, ରାୟଗଡ଼ାରେ ୮୮ ଓ ସୁନ୍ଦରଗଡ଼ରେ ୨୨୬କୁ ବୃଦ୍ଧି ପାଇଛି ।

ସେହିପରି ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୪କୁ ବୃଦ୍ଧି ପାଇଥିବା ବେଳେ ଗଜପତିରେ ୪୨, ପୁରୀରେ ୧୪୩, ଜଗତସିଂହପୁରରେ ୪୧, କେନ୍ଦ୍ରାପଡ଼ାରେ ୩୫, ବାଲେଶ୍ୱରରେ ୧୦୨, ମୟୂରଭଞ୍ଜରେ ୯୧, ସମ୍ବଲପୁରରେ ୮୫, ଗଞ୍ଜାମରେ ୨୬୭, କଳାହାଣ୍ଡିରେ ୬୬, ବଲାଙ୍ଗିର ୫୫ ଓ ବରଗଡ଼ରେ ୪୫କୁ ବୃଦ୍ଧି ପାଇଛି ।

ଆଜି ସୁଦ୍ଧା ରାଜ୍ୟରେ ୧,୦୯,୪୧,୧୯୨ କୋଭିଟ ନମୂନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୫.୬୯ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୫୮ହଜାରରୁ ଅଧିକ ନମୂନା ପରୀକ୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା କନ୍ଧମାଳ, ଗଜପତି ଓ ମାଲକାନଗିରିକୁ ବାଦ୍‍ ଦେଲେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଏକ ହଜାରରୁ ଅଧିକ ରହିଛି ।