Home News in Odia ତଣ୍ଡ ଗଣୁଛନ୍ତି ସୁନା ଦୋକାନୀ

ତଣ୍ଡ ଗଣୁଛନ୍ତି ସୁନା ଦୋକାନୀ

223
0

ଭୁବନେଶ୍ୱର: ରାଜ୍ୟରେ ୪୮୫୩ଟି ସୁନା ଗହଣା ଦୋକାନ ଥିବାବେଳେ ଏମାନେ ବର୍ଷକୁ ଲକ୍ଷାଧିକ ଟଙ୍କାର ଜରିମାନା ଗଣୁଛନ୍ତି । ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସ ପର୍ଯ୍ୟନ୍ତ ଏମାନେ ୪ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ ଗଣିଲେନି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମାପ ଓଜନ ସଂକ୍ରାନ୍ତରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ୍‍ ୪୮୫୩ଟି ସୁନା ଗହଣା ଦୋକାନ ଥିବା ବେଳେ କୋରାପୁଟରେ ୪୮ଟି ରହିଛି ।

୨୦୧୮-୧୯ ବର୍ଷରେ ସମଗ୍ର ରାଜ୍ୟରେ ସୁନା ଗହଣା ଦୋକାନ ଉପରେ ୩୭୦ଟି ଚଢ଼ାଉ କରାଯାଇଥିବା ବେଳେ ଜରିମାନା ବାବଦରେ ୬ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଆଦାୟ ହୋଇଥିଲା । ୨୦୧୯-୨୦ ବର୍ଷରେ ୪୦୦ଟି ଚଢ଼ାଉ କରାଯାଇଥିବା ବେଳେ ଦୋକାନୀମାନଙ୍କଠାରୁ ୧୨ଲକ୍ଷ ୪୮ ହଜାର ଟଙ୍କାରୁ ଅଧିକ ଆଦାୟ ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଫେବୃଆରୀ ମାସ ସୁଦ୍ଧା ୧୯୬ଟି ଚଢ଼ାଉ ହୋଇଥିବା ବେଳେ ଦୋକାନୀମାନଙ୍କଠାରୁ ୪ଲକ୍ଷ ୪୫ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ।

କେବଳ ସୁନା ଗହଣା ଦୋକାନ ନୁହେଁ ମାପ ଓଜନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନିୟମିତ ଭାବେ ଚଢ଼ାଉ କରାଯାଉଛି । କୋରାପୁଟରେ ୩୦ଟି ପେଟ୍ରୋଲ୍‍ ପମ୍ପ ଥିବାବେଳେ ଏଠାରେ ନିୟମିତ ଯାଞ୍ଚ ଚାଲିଛି ।

LEAVE A REPLY

Please enter your comment!
Please enter your name here