Home General ଢେଙ୍କାନାଳରେ ହେବ କୌଶଳ ମହୋତ୍ସବ

ଢେଙ୍କାନାଳରେ ହେବ କୌଶଳ ମହୋତ୍ସବ

ଢେଙ୍କାନାଳ : ଓଡ଼ିଶାର ଯୁବପିଢ଼ିଙ୍କୁ ଆପ୍ରେଣ୍ଟଶିପ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସୁଯୋଗ ଦେବା ଲାଗି ଆସନ୍ତା ନଭେମ୍ବର ୨୦୨୨, ରବିବାର ଦିନ ଢେଙ୍କାନାଳ ଠାରେକୌଶଳ ମହୋତ୍ସବଆୟୋଜନ କରାଯିବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଅନୁରୂପ ଦେଶର ଯୁବପିଢ଼ିଙ୍କୁ କୌଶଳ ବିକାଶ ତାଲିମ ଦେବା ଉଦ୍ଦେଶ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ନିଜର ରଣନୈତିକ କାର୍ଯ୍ୟକାରିତା ଜ୍ଞାନ ସହଯୋଗୀ ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରଣାଳୟ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ସ୍କିଲ ଇଣ୍ଡିଆ ମିଶନ ଅଧୀନରେ କୌଶଳ ବିକାଶ ଜରିଆରେ ବିଭିନ୍ନ କ୍ଷେତ୍ରରେ ରହିଥିବା ସୁଯୋଗ ଯୋଗାଇ ଦେବା ଦ୍ବାରା ଯୁବଶକ୍ତିଙ୍କ ସଶକ୍ତିକରଣ କରାଯାଇପାରିବ ରାଜ୍ୟରେ ପର୍ଯ୍ୟାୟକ୍ରମରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ଓଡ଼ିଶାର ସ୍ଥାନୀୟ ଯୁବକ ସମୁଦାୟଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ଢେଙ୍କାନାଳକୌଶଳ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ https://nsdcdigital.nsdcindia.org ରେ ପଞ୍ଜିକରଣ କରିପାରିବେ ଏବଂ ବିଭିନ୍ନ ପଦପଦବୀ ନିମନ୍ତେ ସେମାନଙ୍କର ସାକ୍ଷାତକାର ପାଇଁ ଆବେଦନ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିପାରିବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ରାଜ୍ୟ ବାହାରୁ ଏଫଏଣ୍ଡବି, ବୟନସୌନ୍ଦର୍ଯ୍ୟ କଲ୍ୟାଣ, ସ୍ବାସ୍ଥ୍ୟସେବା, ଆଇଟି ଆଦି ୨୦ରୁ ଅଧିକ କ୍ଷେତ୍ରର ୫୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିବେ ଟେକ୍ସପ୍ରେନର୍ସ ଫେଡରେସନ, ଅର୍ବାନ କ୍ଲାପ୍ଟେକ୍ନୋଲୋଜି, ହେଲ୍ ଭିଷ୍ଟା ଇଣ୍ଡିଆ ଲିମିଟେଡ, ବାର୍ବିକ ନେସନ, ଜେବିଏମ ଅଟୋ, ଆରଜେ ଏଣ୍ଟରପ୍ରାଇଜ, ଅକାଳ ଇନଫର୍ମେସନ ସିଷ୍ଟମ୍ସ ଏବଂ ସୋଡେକ୍ସୋ ଭଳି କମ୍ପାନୀ ପୋର୍ଟାଲରେ ସେମାନଙ୍କର ଖାଲି ପଦବୀ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ପ୍ରାର୍ଥୀମାନେ ଏସବୁ ପଦବୀରେ ଆବେଦନ କରିପାରିବେ ଏବଂ କୌଶଳ ମହୋତ୍ସବରେ ସାକ୍ଷାତକାର ଦେବା ପାଇଁ ସୁଯୋଗ ପାଇପାରିବେ।

ବିଭିନ୍ନ କ୍ଷେତ୍ର କୌଶଳ ପରିଷଦ (ଏସଏସସି) କମ୍ପାନୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ଯୁବକମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏକ କୌଶଳ ପ୍ରଦର୍ଶନୀ ମାଧ୍ୟମରେ ସେମାନଙ୍କର ସୁବିଧାସୁଯୋଗ ପ୍ରଦର୍ଶନ କରିବେ। ଏଠାରେ ପ୍ରାର୍ଥୀମାନଙ୍କୁ ଗ୍ରୁପ କାଉନସେଲିଂ ମାଧ୍ୟମରେ ମାଗଣା ସାଇକୋମେଟ୍ରିକ ପରୀକ୍ଷାରେ ଭାଗ ନେବାର ସୁଯୋଗ ମିଳିବ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ଉଦ୍ୟୋଗ ବିଶେଷଜ୍ଞ, ପ୍ରେରଣାଦାୟୀ ବକ୍ତା, କ୍ୟାରିଅର ପରାମର୍ଶଦାତାମାନେ ଯୋଗଦେବେ ଯେଉଁମାନେ ପ୍ରାର୍ଥୀମାନଙ୍କୁ ନିଜ କ୍ୟାରିଅର ସମ୍ପର୍କରେ ସଚେତନ ନିଷ୍ପତ୍ତି ନେବାରେ ସହାୟତା କରିବେ।

ଏହି ନିଯୁକ୍ତି ଶିବିରରେ ଉତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନେ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀଙ୍କ ଠାରୁ ନିଯୁକ୍ତିପତ୍ର ଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଏନଏସଡିସିର କାର୍ଯ୍ୟନିର୍ବାହୀ ଉପସଭାପତି ଡକ୍ଟର ମନୀଷ ମିଶ୍ର କହିଛନ୍ତି ଯେ, ଆମେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଯୁବପିଢ଼ିଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭରଶୀଳ କରିବା ଲାଗି ପ୍ରୟାସ ଜାରି ରଖିଛୁ

ସେ ଆହୁରି କହିଥିଲେ ଯେ, ଆମର ଏସଏସସି ଏବଂ ଅନ୍ୟ ସହଯୋଗୀ ନେଟୱର୍କ ଜରିଆରେ ବିଭିନ୍ନ କ୍ଷେତ୍ରରେ ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଦେବା ଏବଂ ନୂଆ ପିଢ଼ିର କୌଶଳ ବିକାଶ ଏବଂ ପ୍ରଶିକ୍ଷଣ ଅଧିବେଶନ ସମ୍ପର୍କରେ ସେମାନଙ୍କୁ ସଚେତନ କରିବା ଦିଗରେ ଏହି କାର୍ଯ୍ୟକ୍ରମ ସହାୟକ ହୋଇପାରିବ ଏହା ସ୍ଥାନୀୟ ଯୁବକମାନଙ୍କୁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ଯୋଗାଇ ଦେବ। ଓଡ଼ିଶାର ଯୁବକଯୁବତୀମାନେ ରାଜ୍ୟ ଦେଶରେ ବାହାରେ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତିର ମଧ୍ୟ ସୁଯୋଗ ପାଇବେ

ଯୁବକମାନଙ୍କ ପାଇଁ କୌଶଳ ବିକାଶକୁ ଆକାଂକ୍ଷୀ କରିବା ଲାଗି ଏହି କାର୍ଯ୍ୟକ୍ରମ ଅବସରରେ ଆଧୁନିକ ପ୍ରଯୁକ୍ତି, ସ୍ମାର୍ଟ ପ୍ରଶିକ୍ଷଣ ସେଟଅପ, ଡ୍ରୋନ, ଏଆର/ଭିଆର, ସ୍ମାର୍ଟ କ୍ଲାସରୁମ ଏବଂ ପରୀକ୍ଷାଗାର ଆଦି ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ବିଭିନ୍ନ ପ୍ରଦର୍ଶନୀ ଆୟୋଜନ କରାଯିବ   ଉଦ୍ୟୋଗ ଏବଂ ପ୍ରତିଭା ମଧ୍ୟରେ ରହିଥିବା ଚାହିଦା ଯୋଗାଣ ବ୍ୟବଧାନ ଦୂର କରିବାରେ ଏହି ନିଯୁକ୍ତି ଶିବିର ସହାୟକ ହୋଇପାରିବ

ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରଣାଳୟ ନିଜର ବିଭିନ୍ନ କାର୍ଯ୍ୟକାରୀ ସଂସ୍ଥା ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ ଏନଏସଡିସି ଜରିଆରେ ବିଭିନ୍ନ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆୟୋଜନ କରୁଛି ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ), ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିୱାଇ), ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର (ପିଏମକେକେ), ଏବଂ ନେସନାଲ ଆପ୍ରେଣ୍ଟିସିପ ପ୍ରମୋସନ ସ୍କିମ୍‌ (ଏନଏପିଏ) ଆଦି ଯୁବକମାନଙ୍କ କୌଶଳ ବିକାଶରେ ବିଶେଷ ସହାୟକ ହୋଇଛି ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଏବେ ସୁଦ୍ଧା . କୋଟି ପ୍ରାର୍ଥୀଙ୍କୁ ବିଭିନ୍ନ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ଦିଆଯାଇଛି