Home Administration ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ବିଦାୟ ସମ୍ବର୍ଦ୍ଧନା

ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ୱର : କର୍ତ୍ତବ୍ୟରେ ନିଷ୍ଠା ଓ ଆନ୍ତରିକତାର ବିକଳ୍ପ ନାହିଁ । ଏହା ହିଁ ଆଧ୍ୟାତ୍ମିକତା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ରାଜ୍ୟପାଳଙ୍କ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ସରକାରୀ କର୍ମଚାରୀମାନେ ଆତ୍ମୀୟପଣର ପ୍ରତୀକ ହେବା ଦରକାର । ଡ. ମେହେର୍ଦ୍ଦାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ରାଜ୍ୟପାଳ ପ୍ରଫେସର ଲାଲ ତାଙ୍କର କର୍ତ୍ତବ୍ୟପରାୟଣତା, ଦୂରଦୃଷ୍ଟି ଓ ପ୍ରଶାସନିକ ଦକ୍ଷତାର ପ୍ରଶଂସା କରିଥିଲେ ।

ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ଅତିରିକ୍ତ ସଚିବ ଚିତ୍ତରଞ୍ଜନ ମହାନ୍ତି, ବେଦବନ୍ଧୁ ମିଶ୍ର, ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ, ସଂଗ୍ରାମ ଦେଓଭଞ୍ଜ ପ୍ରମୁଖ ଡ. ମେହେର୍ଦ୍ଦାଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜଣାଇଥିଲେ ।

ସମ୍ବର୍ଦ୍ଧନାର ଉତ୍ତରରେ ଡ. ମେହେର୍ଦ୍ଦା ରାଜଭବନରେ ନିଜ ଅନୁଭୂତି ଓ ଉପଲବ୍ଧି ବର୍ଣ୍ଣନା କରିବା ସହିତ ଏହା ତାଙ୍କ ପାଇଁ ବେଶ୍‌ ଶିକ୍ଷଣୀୟ ଓ ଉତ୍ସାହପ୍ରଦ ହୋଇ ରହିବ ବୋଲି ଉଲ୍ଲେଖ କରିଥିଲେ ।