Home News in Odia ଡ୍ୟାନ୍ସ ବାରକୁ ବିରୋଧ

ଡ୍ୟାନ୍ସ ବାରକୁ ବିରୋଧ

ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗ ନିୟମକୁ ଜଳାଞ୍ଜଳୀ ଦେଇ ପୋଲିସ ସହାୟତାରେ ବେନିୟମ ଭାବେ ଭୁବନେଶ୍ୱରରେ ନାଚ ଗୀତ ସହିତ ଆଉ ୧୪ଟି ନୂତନ ବାରକୁ ଅନୁମତି ପ୍ରଦାନ ସହିତ ରାତି ୧୨ଟା ଯାଏଁ କାହିଁକି ଖୋଲିବାକୁ ଅନୁମତି ଦିଆଯାଉଛି ? ଏହା ପଛର ରହସ୍ୟ କଣ ଏବଂ କାହା ସ୍ୱାର୍ଥରେ ଅନୁମତି ପ୍ରଦାନ କରାଯାଇଛି ? ତୃଟିପୂର୍ଣ୍ଣ ଅବକାରୀ ନୀତି ଏବଂ ନୂତନ ବାର ଖୋଲିବାର ଅନୁମତି ପ୍ରଦାନ କରି ରାଜ୍ୟ ସରକାର ଯୁବ, ଛାତ୍ର ସମାଜକୁ ବିଶୃଙ୍ଖଳିତ କରୁନାହାନ୍ତି କି ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ପ୍ରଶ୍ନ କରିଛନ୍ତି ।

ରାଜଧାନୀରେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବାର ଖୋଲିବାକୁ ବିରୋଧ କରି ଭୁବନେଶ୍ୱ୍ୱର ଜିଲ୍ଲା ତରଫରୁ ଆଜି ରାମମନ୍ଦିର ଛକଠାରେ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି । ବାରରେ ଡ୍ୟାନ୍ସକୁ ଖୋଲାଖୋଲି ଅନୁମତି ଦେବା, ଅଳ୍ପ ବୟସର ଯୁବତୀମାନଙ୍କୁ ସେଠାରେ ନଚାଇବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଏହା ସଂସ୍କୃତି ବିରୋଧୀ । ଏହା ତୁରନ୍ତ ବନ୍ଦ ନହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।

ଜିଲ୍ଲା ସଭାପତି ଶ୍ରୀ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜେନ୍ଦ୍ର ପଣ୍ଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ବଡଜେନା, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ, ଦିଲୀପ ବେହେରା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।