Home General ଡିଜିଟାଲ ମଞ୍ଚରେ ୩୨ତମ ପିକକ୍‍ ଶିଶୁମେଳା

ଡିଜିଟାଲ ମଞ୍ଚରେ ୩୨ତମ ପିକକ୍‍ ଶିଶୁମେଳା

ଭୁବନେଶ୍ୱର : କୋଭିଡ ୧୯ ମହାମାରୀ ପରିପ୍ରେକ୍ଷୀ ରେ ଚଳିତ ବର୍ଷ  ୩୨ ତମ ପିକକ୍‍ ଶିଶୁ ମେଳା ର ର ବିଭିନ୍ନ ପ୍ରତିଯୋଗୀତା ଡିଜିଟାଲ ମଂଚରେ ଅନୁଷ୍ଠିତ ହେବ I ପ୍ରତ୍ଯକ ବର୍ଷ ନଭେମ୍ବର ୧୪ ରୁ ୨୦ ତାରିଖ ପ୍ରର୍ଯ୍ଯନ୍ତ ୧୯୯୦ ମସିହା ରୁ ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ଦ୍ୱାରା ଶିଶୁ ଅଧିକାର ସପ୍ତାହରେ ପିଲାମାନ ଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ଯକ୍ରମ “ଶିଶୁମେଳା” ଅନୁଷ୍ଠିତ ହୋଇ ଆସୁଛି I

ଶିଶୁ ମେଳାରେ  ଆୟୋଜିତ ହେଉଥିବା ସମସ୍ତ ପ୍ରତିଯୋଗୀତା  ଯଥା ସଙ୍ଗୀତ ପ୍ରତିଯୋଗିତା (୨ୟ ରୁ ୧୨ ଶ୍ରେଣୀ/+୨ୟ ବର୍ଷ)-୩ ମିନିଟ୍‍ ମଧ୍ଯରେ, ରାଇମସ୍/ଆବୃତି ପ୍ରତିଯୋଗିତା (ନର୍ସରୀ ରୁ ପ୍ରଥମ)- ୨ ମିନିଟ୍‍ ଭିଡିଓ, ଆଧୁନିକ ନୃତ୍ୟ (ନର୍ସରୀ ରୁ ୭ମ ର୍ଥ ଶ୍ରେଣୀ)- ୩ ମିନିଟ୍‍ ଭିଡିଓ, ଓଡିଶୀ ନୃତ୍ୟ (୨ୟ ରୁ ୧୦ ମ ଶ୍ରେଣୀ)- ୫ ମିନିଟ୍‍ ଭିଡିଓ, କୌତୁକ ପୋଷାକ (ନର୍ସରୀ ରୁ ୭ମ ଶ୍ରେଣୀ)- ୩ ମିନିଟ୍‍ ଭିଡିଓ, ଚିତ୍ରାଙ୍କନ (୨ୟ ରୁ ୪ର୍ଥ ଶ୍ରେଣୀ ବିଷୟ ବସ୍ତୁ – “ମୋ ଗ୍ରହ”, ୫ମ ରୁ ୭ମ ଶ୍ରେଣୀ- “ଅନଲାଇନ କ୍ଲାସ ଓ ତୁମେ”, ୮ମ ରୁ ୧୦ମ ଶ୍ରେଣୀ-“ କୋଭିଡ ୧୯ ଓ ତାଲାବନ୍ଦ୍”, ୧୧ ରୁ ୧୨ ଶ୍ରେଣୀ – “ଶିଶୁଶ୍ରମ ବନ୍ଦ କର”) ଓ ଉଭୟ ଓଡିଆ ଓ ଇଂରାଜୀ ରେ ବକ୍ତୃତା ପ୍ରତିଯୋଗିତା (୨ୟ ରୁ ୪ର୍ଥ ଶ୍ରେଣୀ- “ଜଳବାୟୁ ର ପରିବର୍ତ୍ତନ ଓ ପରିବେଶ ର ସୁରକ୍ଷା”, ୫ମ ରୁ ୭ମ ଶ୍ରେଣୀ ବିଷୟ ବସ୍ତୁ- “କୋଭିଡ ୧୯ ଓ ବିଦ୍ଯାଳୟ ଶିକ୍ଷା ଉପରେ ଏହାର ପ୍ରଭାବ”, ୮ମ ରୁ ୧୦ମ ଶ୍ରେଣୀ- “ଭାରତରେ ତମ୍ବାକୁ ମହାମାରୀ”)- ୩ ମିନିଟ୍‍ ଭିଡିଓ ପଠାଇବାକୁ ହେବ I

ଭାଗ ନେବାକୁ ଇଛୁକ ପ୍ରତିଯୋଗୀ ମାନେ ସେମାଙ୍କର ଭିଡିଓ ଅକ୍ଟୋବର ୨୫ ତାରିଖ ମଧ୍ୟରେ ପଠାନ୍ତୁ I ପ୍ରତିଯୋଗୀ ମାନଙ୍କୁ ଶ୍ରେଣୀ ଅନୁସାରେ ଶିଶୁ, ସବଜୁନିୟର, ଜୁନିୟର, ସିନିୟର ଓ ସୁପର ସିନିୟର  ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତିଯୋଗୀ ମାନେ ସେମାନଙ୍କର ଭିଡିଓ କୁ pecuc.sisumela2021@gmail.com କିମ୍ବା ହ୍ୱାଟ୍ସ ଆପ୍‍ ନମ୍ବର ୯୬୯୨୮୦୫୮୫୪ କୁ ପଠାଇବାକୁ ଅନୁରୋଧ ।       

ଚିତ୍ରାଙ୍କନ ଙ୍କୁ  ପିକକ୍‍ ର ଠିକଣା ରେ ଡାକ ମାଧ୍ଯମରେ ପଠାନ୍ତୁ । ପିକକ୍‍ ର ଠିକଣା ପିକକ୍‍ର ୱେବସାଇଟ୍‍ www.pecuc.org ଓ ପିକକ୍‍ ର ଫେସ୍ବୁକ୍‍ ପେଜ୍‍ @pecucodisha ରେ ଥିବା ମିଳି ପାରିବ I

ଜଣେ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗୀତା ରେ ଭାଗ ନେଇ ପାରିବ । ପ୍ରତିଯୋଗୀ ମାନେ ସେମାନଙ୍କର ନାମ୍, ଠିକଣା, ଟେଲିଫୋନ ନମ୍ବର, ସ୍କୁଲର ନାମ୍, ଶ୍ରେଣୀ ଓ ପ୍ରତିଯୋଗୀତା ର ନାମ ଭିଡିଓ ର ଆରମ୍ବ ରେ କହିବେ ଏବଂ ଡ୍ରଇଂ ସିଟ୍‍ ରେ ମଧ୍ଯ ଲେଖିବେ । ପ୍ରତିଯୋଗୀତା ର ଫଳାଫଳ ପ୍ରତିଯୋଗୀ ମାନଙ୍କୁ ଜଣାଇ ଦିଆଯିବ। ଆଗରୁ ରେକର୍ଡ କରାଯାଇଥିବା ଭିଡିଓ କିମ୍ବା ଇୟୁ ଟ୍ଯୁବ ରେ ପକାଯାଇଥିବା ଭିଡିଓ କୁ ଗ୍ରହଣ କରାଯିବ ନାହିଁ । ଟ୍ରାକ ରେ ଗୀତ ବୋଲିବା ଓ ତାନପୁରା କିମ୍ବା ଅନ୍ୟ ବାଦ୍ୟଯନ୍ତ୍ର ମଧ୍ଯ ବ୍ଯବହାର କରାଯାଇ  ପାରିବ । ମୋବାଇଲର କେବଳ ଲ୍ଯାଣ୍ଡସ୍କେପ୍‍ ମୋଡ୍‍ରେ ଭିଡିଓ ଉତ୍ତୋଳନ କରିବେ।        

ଏହି ଅବସରରେ ପିକକ୍ ର ବିଭିନ୍ନ ବାର୍ଷିକ ସମ୍ମାନ ପାଇଁ ନାମାଙ୍କନ ଆହ୍ଵାନ କରାଯାଉଛି ।  ନାମାଙ୍କନ ବା ମନୋନୟନ ପତ୍ର ନଭେମ୍ବର ୧ ତାରିଖ ମଧ୍ୟରେ pecuc.sisumela2021@gmail.com ରେ ପହଞ୍ଚିବା ଆବଶ୍ୟକ। ୧୮ ବର୍ଷରୁ କମ୍ ପିଲାମାନଙ୍କୁ ସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ସବୁ କ୍ଷେତ୍ର ରେ ଉଲ୍ଲେଖନିୟ ସଫଳତା ପାଇଁ “ଡଃ ପି॰ ସି॰ ଦାସ ସ୍ମାରକୀ ଶିଶୁ ପ୍ରତିଭା ସମ୍ମାନ”,  ସାହସିକତା ପାଇଁ ବାଜିରାଉତ ସ୍ମାରକୀ ସମ୍ମାନ’, ଅଭିନୟ ପାଇଁ ଶରତ ପୂଜାରୀ ସ୍ମାରକୀ ସମ୍ମାନ’, ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଙ୍କୁ କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ବଳିଷ୍ଟ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ ୧୮ ବର୍ଷ ରୁ କମ ଜଣେ ଝିଅ ଙ୍କୁଆଦରମଣୀ ବରାଳ ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ ।

ଏହି ଅବସରରେ ପ୍ରତ୍ୟକ ବର୍ଷପରି ଶିଶୁମାନଙ୍କ ପାଇଁ ଲେଖୁଥିବା କିମ୍ବା କାର୍ଯ୍ୟକରୁ ଥିବା ବ୍ୟକ୍ତିତ୍ଵଙ୍କୁ ଶିଶୁସାଥି ସମ୍ମାନ ସାମ୍ବାଦିକତା ପାଇଁ “ସ୍ୱରୂପ ଜେନା ସ୍ମାରକୀ ସମ୍ମାନ”, ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ  ଶିକ୍ଷକଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ”, ଶିଶୁମାନଙ୍କ ସୁରକ୍ଷା ବା ବିକାଶ ପାଇଁ କାର୍ଯ୍ୟରତ ବ୍ୟକ୍ତିତ୍ଵଙ୍କୁ “ଡଃ ପି॰ ସି॰ ଦାସ ସ୍ମାରକୀ ଶିଶୁ ଅଧିକାର ସୁରକ୍ଷା ସମ୍ମାନ”, ପଞ୍ଚାୟତର ନିର୍ବାଚିତ ମହିଳା ପ୍ରତିନିଧି ଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ  “ଆରାଧନା ନନ୍ଦ ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ।