Home Administration ଡାକ୍ତର ମେହେର୍ଦ୍ଦାଙ୍କୁ ମହିଳା ଓ ଶିଶୁ ବିକାଶ ଦାୟିତ୍ୱ

ଡାକ୍ତର ମେହେର୍ଦ୍ଦାଙ୍କୁ ମହିଳା ଓ ଶିଶୁ ବିକାଶ ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ଓଡିଶା ସରକାର ଗୁରୁତ୍ୱପୂର୍ଣ୍ଣ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ।

କୋଭିଡ-୧୯ ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପିଲାମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ପରିଚାଳନା କରିବା ପାଇଁ ଅନ୍ୟତମ ପ୍ରଭାବଶାଳୀ ତଥା ଦକ୍ଷ ପ୍ରଶାସକ ଡାକ୍ତର ମେହେର୍ଦ୍ଦାଙ୍କୁ ଚୟନ କରିଛନ୍ତି ।

ମହିଳା ଓ ଶିଶୁ ବିକାଶ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯାହା ମହିଳା ଏବଂ ଶିଶୁମାନଙ୍କର ସାମଗ୍ରିକ ବିକାଶର ଯତ୍ନ ନେଇଥାଏ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବରେ ଚାରି ବର୍ଷ ଧରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ପ୍ରଭାବଶାଳୀ ଏବଂ ସୁଗମ ପରିଚାଳନା ପାଇଁ ଡକ୍ଟର ମେହେର୍ଦ୍ଦା ବେଶ୍‍ ଜଣାଶୁଣା ।

ଏହି ସମୟ ମଧ୍ୟରେ, ଡକ୍ଟର ମେହେର୍ଦ୍ଦା ଏହି କ୍ଷେତ୍ର ପାଇଁ ବହୁ ଆବଶ୍ୟକୀୟ ନେତୃତ୍ୱ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶିଶୁ ସୁରକ୍ଷା ବିଶେଷଜ୍ଞ ଦର୍ଶାଇଛନ୍ତି । ସେମାନଙ୍କ ମତରେ କୋଭିଡ-୧୯ ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ରାଜ୍ୟ ପାଇଁ ଅଧିକ ଆହ୍ୱାନ ଦେଇପାରେ ।

ଡକ୍ଟର ମେହେର୍ଦ୍ଦା ବର୍ତ୍ତମାନ ଓଡିଶାର ରାଜ୍ୟପାଳଙ୍କ ସଚିବ ଭାବରେ ରାଜ ଭବନରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରିଚାଳନା କରୁଛନ୍ତି । ସେ ଉଭୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସହଜରେ ପରିଚାଳନା କରିବେ ବୋଲି ବରିଷ୍ଠ ଅଧିକାରୀମାନେ ବିଚାରୁଛନ୍ତି ।

LEAVE A REPLY

Please enter your comment!
Please enter your name here