Home News in Odia ଡାକ୍ତରଙ୍କ ଘରୁ ବାହାରିଲା କୋଟିଏ ୧୨ଲକ୍ଷ

ଡାକ୍ତରଙ୍କ ଘରୁ ବାହାରିଲା କୋଟିଏ ୧୨ଲକ୍ଷ

ଭୁବନେଶ୍ୱର : ଭିଜିଲାନ୍ସ ହାବୁଡରେ ପଡିଥିବା ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଘରୁ ନଗଦ ଏକ କୋଟି ୧୨ଲକ୍ଷ ଟଙ୍କା ମିଳିଛି । ଏହା ହେଉଛି ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଜାଲରେ ପଡିଥିବା କୌଣସି ସରକାରୀ ବାବୁଙ୍କ ଘରୁ ଜବତ ହୋଇଥିବା ସର୍ବାଧିକ ଟଙ୍କା ।

ଆଜି ସକାଲେ ଡାକ୍ତର ଜେନାଙ୍କୁ ୮୦୦୦ ଟଙ୍କା ଲାଞ୍ଚ ନେବା ଅବସ୍ଥାରେ ଭିଜିଲାନ୍ସ ଧରିଥିଲା । ଅପରେସନ ପାଇଁ ରୋଗୀଙ୍କ ଠାରୁ ଡାକ୍ତର ଜେନା ଲାଞ୍ଚ ନେଇଥିଲେ ।

ଏହାପରେ ଭିଜିଲାନ୍ସ ତାଙ୍କର ବିଭିନ୍ନ ଘର ଠିକଣା ଚଢଉ କରିଥିଲା । ପଟିଆ ସ୍ଥିତ ଡାକ୍ତର ଜେନାଙ୍କ ବାସଭବନ ତନଖି ସମୟରେ ଏହି ବିପୁଳ ପରିମାଣର ଅର୍ଥ ମିଳିଛି । ଏଥି ସହିତ ତାଙ୍କର କଳାରାହାଙ୍ଗରେ ଆଉଗୋଟିଏ ଘର ଥିବା ଭିଜିଲାନ୍ସ ସୂଚନା ଦେଇଛି ।