Home News in Odia ଟିମ୍‍ ଓଡିଶା ଟପ୍ପର

ଟିମ୍‍ ଓଡିଶା ଟପ୍ପର

ଭୁବନେଶ୍ୱର : ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଚମକିଛନ୍ତି ଓଡ଼ିଶାର ପ୍ରତିଯୋଗୀ । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଟିମ୍‌ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଛି । ସର୍ବଭାରତୀୟ ସ୍ତରରେ ସର୍ବାଧିକ ୫୨ଟି ପଦକ ଜିତି ଓଡ଼ିଶା ରେକର୍ଡ କରିଛି । ଟିମ୍‌ ଓଡ଼ିଶାର ପ୍ରତିଯୋଗୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ପହଞ୍ଚିବା ପରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ନିୟୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ଶ୍ରୀମତୀ ରଶ୍ମିତା ପଣ୍ଡା, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରେଘୁ ଜି, ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ଶ୍ରୀଯୁକ୍ତ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ଶ୍ରୀଯୁକ୍ତ ଟି ଥମ୍ବିରାଜା, ଉପାଧ୍ୟକ୍ଷ ଡକଫର ଶୁଭଙ୍ଗ କିଶୋର ଦାସ ବିମାନ ବନ୍ଦରଠାରେ ପହଞ୍ଚି ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରିଥିଲେ ।

ଇଣ୍ଡିଆ ସ୍କିଲ୍ସରେ ସଫଳତା ପାଇଥିବା ଟିମ୍‌ ଓଡ଼ିଶାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ‘ପ୍ରତିଯୋଗୀମାନଙ୍କ କଠିନ ପରିଶ୍ରମ, ଉତ୍ସର୍ଗିକୃତ ମନୋଭାବ ଯୋଗୁଁ ଓଡ଼ିଶାକୁ ଏହି ସଫଳତା ମିଳିପାରିଛି । ଏହା ଆମ ରାଜ୍ୟ ପାଇଁ ଗର୍ବର କଥା । ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ।’

ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ଅଳକା ମିଶ୍ର ମଧ୍ୟ ଟିମ୍‌ ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ‘ସ୍କିଲï ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଯେଉଁ ଅନନ୍ୟ ଦକ୍ଷତା ରହିଛି ତାହାକୁ ବ୍ୟାପକ କରାଯାଇ ବିଶ୍ୱସ୍ତରୀୟ କରିବା ପାଇଁ ପଦକ୍ଷେପ ନିଆଯାଉଛି ।

‘ଇଣ୍ଡିଆ ସ୍କିଲ୍ସ’ରେ ଓଡ଼ିଶା ଲଗାତର ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଚଳିତ ଥର ଟିମ୍‌ ଓଡ଼ିଶା ସର୍ବାଧିକ ୧୭ଟି ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୧୪ଟି ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକ ପାଇଛି । ସେହିପରି ୧୨ ଜଣଙ୍କୁ ମେଡାଲିୟନ ଅଫ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି ।

ଆଗାମୀ ସେପେଫମ୍ବର ମାସରେ ଫ୍ରାନ୍ସରେ ହେବାକୁ ଯାଉଛି ‘ୱାଲର୍‌ଡ ସ୍କିଲ୍ସ’ ପ୍ରତିଯୋଗିତା । ଇଣ୍ଡିଆ ସ୍କିଲ୍ସ-୨୦୨୪ରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଟିମ୍‌ ଓଡ଼ିଶାର ଲକ୍ଷ୍ୟ ‘ୱାଲର୍‌ଡ ସ୍କିଲ୍ସ’ ରହିଛି ।

ଭାରତର ୪ଟି ସହରର ୯ଟି କେନ୍ଦ୍ରରେ ଇଣ୍ଡିଆ ସ୍କିଲ୍ସ-୨୦୨୪ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୯୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।

ଇଣ୍ଡିଆ ସ୍କିଲ୍ସରେ ଟିମ୍‌ ଓଡ଼ିଶାର ୬୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ମୋବାଇଲ ରୋବୋଟିକ୍ସ, ଇନଫରମେସନ୍‌ ନେଟୱାର୍କ କେବଲିଂ, ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲ, ମୋବାଇଲ ଆପ୍ଲିକେସନ୍‌ ଡେଭଲପମେଣ୍ଟ୍‌, ସାଇବର ସିକୁ୍ୟରିଟି ଭଳି ୪୮ଟି ସ୍କିଲରେ ଭାଗ ନେଇଥିଲେ । ତା’ ଭିତରୁ ୪୧ଟି ସ୍କଲରେ ଟିମ୍‌ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ପାଇଥିଲା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଓଏସଡିଏର ବରିଷ୍ଠ ଅଧିକାରୀମାନେ ବିଭିନ୍ନ କେନ୍ଦ୍ରକୁ ଯାଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।