Home General ଜୁଲାଇ ୨୫ଯାଏ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଜୁଲାଇ ୨୫ଯାଏ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର : ଶ୍ରୀମନ୍ଦିରୁ ଭକ୍ତ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବଢାଇ ଦିଅ।।ଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜୁଲାଇ ୨୫ତାରିଖରେ ପରବର୍ତ୍ତୀ ବୈଠକ ରେ ଭକ୍ତଙ୍କ ଦର୍ଶନ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ।

ଆସନ୍ତା ଜୁଲାଇ ୧୨ ତାରିଖରେ ରଥଯାତ୍ରା ପଡୁଥିବାବେଳେ ୨୩ ତରିଖରେ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଉଲ୍ଲେଖନୀୟ ଯେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଡକ୍ଟର କୁମାରଙ୍କ ପୌରହିତରେ ଆଜି ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥବଲେ । ଦୁଇ ଦିନ ପରେ ଛତିଶା ନିଯୋଗ ବୈଠକରେ ଅନୁଷ୍ଠିତ ହୋଇ ସ୍ନାନଯାତ୍ରା ରୀତି ନୀତି ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ । ତେବେ ରଥଯାତ୍ରା ଭଳି ସ୍ନାନଯାତ୍ରା ବି ବିନା ଭକ୍ତରେ ଅନୁଷ୍ଠିତ ହେବ ।

କରୋନା ସଂକ୍ରମଣ ଦୃଷ୍ଟିରୁ ଭକ୍ତଙ୍କ ଦର୍ଶନ ଉପରେ ପ୍ରଶାସନ କଟକଣା ଲଗାଇଥିଲେ ମଧ୍ୟ ଶ୍ରୀଜୀଉମାନଙ୍କ ଦୈନନ୍ଦିନ ରୀତିନୀତି ଯଥାରୀତି ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here