Home Health ଜୁନ ୬ ରୁ ସମ୍‌ରେ କୋଭାକ୍ସିନ୍ ଟୀକାକରଣ

ଜୁନ ୬ ରୁ ସମ୍‌ରେ କୋଭାକ୍ସିନ୍ ଟୀକାକରଣ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇ.ଏମ.୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ କରୋନା ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ଜୁନ୍ ୬ ତାରିଖରୁ ପୁଣି ଥରେ କୋଭାକ୍ସିନ୍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସବୁ ବୟସର ବ୍ୟକ୍ତିଙ୍କୁ ଏହି ଟୀକା ପ୍ରଦାନ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ହସ୍ପିଟାଲ୍‌ରେ କୋଭିସିଲ୍ଡ ଟୀକାକରଣ ଜାରୀ ରହିଥିବା ବେଳେ କୋଭାକ୍ସିନ୍ ଟୀକାକରଣ ସାମୟିକ ଭାବେ ବନ୍ଦ ଥିଲା । ତେବେ ଆସନ୍ତା ସୋମବାର ଠାରୁ ଏହି ଟୀକାକରଣ ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରାଯିବ ବୋଲି ହସ୍ପିଟାଲ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ରବିବାର ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ ।

ଏହି ଟୀକାକରଣ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସରକାରଙ୍କ ନିର୍ଦ୍ଧାରିତ ନିୟମାନୁଯାୟୀ ଟୀକାକରଣରେ ପ୍ରତି ଡୋଜ୍ ପିଛା ୩୮୬ ଟଙ୍କା ରଖାଯାଇଛି । ଯେଉଁ ମାନେ ଏହି ଟିକା ଗ୍ରହଣ କରିନାହାନ୍ତି ସେମାନେ ନିଜର ପ୍ରଥମ, ଦ୍ୱିତୀୟ ଡୋଜ୍ କିମ୍ବା ବୁଷ୍ଟର ଡୋଜ୍ ସମ୍ ହସ୍ପିଟାଲର ଟିକାକେନ୍ଦ୍ରରେ ନେଇପାରିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।